ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୪ ବୀର ଯବାନଙ୍କୁ ହରାଇ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ସହିଦଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସମଗ୍ର ଦେଶ ଆଗକୁ ଆସିଥିବା ବେଳେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏକ ବଡ଼ ଘୋଷଣା କରିଛି।

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨୩ ଜଣ ଯବାନଙ୍କ ବ୍ୟାଙ୍କ ଋଣ ଛାଡ଼ କରିଛି ଏସ୍‌ବିଆଇ। ୨୩ ଜଣ ସହିଦ ଯବାନ ବ୍ୟାଙ୍କରୁ ଋଣ ନେଇଥିଲେ। ଏସବିଆଇ ସେମାନଙ୍କର ଋଣ ଛାଡ କରିଛି। ଏହା ବ୍ୟତୀତ ଖୁବ୍ ଶୀଘ୍ର ସେମାନଙ୍କ ପରିବାରକୁ ବୀମା ରାଶି ଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଏସବିଆଇ ଡିଫେନ୍ସ ସାଲାରି ପ୍ୟାକେଜ ଆଧାରରେ ସିଆର୍‌ପିଏଫ୍‌ ଯବାନଙ୍କୁ ୩୦ ଲକ୍ଷ ଟଙ୍କାର ବୀମା ମିଳିବାର ସୁବିଧା ରହିଛି। ବ୍ୟାଙ୍କ ପକ୍ଷରୁ ଏହା ଖୁବ୍ ଶୀଘ୍ର ରିଲିଜ କରିଯିବ ବୋଲି ଏସ୍‌ବିଆଇ ଟୁଇଟ୍ କରି ସୂଚନା ଦେଇଛି।

Comment