ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମାରେ ଆତଙ୍କୀ ହମ୍‌ଲାରେ ସହିଦ ହୋଇଥିବା ବୀର ଯବାନଙ୍କୁ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। କେଉଁଠି କ୍ୟାଣ୍ଡେଲ ମାର୍ଚ୍ଚ ତ ଆଉ କେଉଁଠି ନୀରବ ପ୍ରାର୍ଥନା କରି ସହିଦ ଯବାନଙ୍କୁ ସ୍ମରଣ କରାଯାଉଛି। ସେହିପରି ଏକ ବିବାହ ଉତ୍ସବରେ ମଧ୍ୟ ନାଚ ଗୀତ ବଦଳରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।

ଏହି ବିବାହ ଉତ୍ସବଟି ଗୁଜରାଟ ଭଦୋଦରାରେ ଅନୁଷ୍ଠିତ ହୋଇଥିଲା। ଯେଉଁଠି ଉଭୟ ବର ଏବଂ ବରଯାତ୍ରୀ ବାହାଘର ଶୋଭାଯାତ୍ରାରେ ବାହାରି ଥିଲେ ସତ କିନ୍ତୁ ରୋଶଣୀ ନେଇ ନୁହେଁ ବରଂ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ହାତର ବ୍ୟାନର ଧରି ବାହାରି ଥିଲେ।  ନାଚିବା ବଦଳରେ ଦେଶଭକ୍ତି ଗୀତ ବଜାଇ ବରଯାତ୍ରୀ ବାହାରି ଥିଲେ। ଉଭୟ ବରଯାତ୍ରୀ ଏବଂ ପରିବାର ପରିଜନମାନେ ଦୁଇ ମିନିଟ୍ କାଳ ନୀରବ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବରଯାତ୍ରୀମାନେ ବାହାଘର ଶୋଭାଯାତ୍ରା ବେଳେ କୌଣସି ଡିଜେ ନ ବଜାଇ, ଶ୍ରଦ୍ଧାଞ୍ଜଳି ବ୍ୟାନର ଧରି ଶୋଭାଯାତ୍ରାରେ ବାହାରିଥିଲେ। ବଦୋଦରାର ସ୍ୱପ୍ରିଲ କାପାଡିୟାଙ୍କର ବିବାହ ସୁରାଟର ଏଂଜଲିନାଙ୍କ ସହ ବାସଣା ରୋଡ ସ୍ଥିତ ଏଚ୍‌ଏମ୍‌ ପାର୍ଟି ଫ୍ଲାଟରେ ବିବାହ କାର୍ଯ୍ୟକ୍ରମ ଥିଲା। ମାତ୍ର ପୁଲୱାମା ଆତଙ୍କୀ ହମ୍‌ଲାରେ ଯବାନ ସହିଦ ସହିଦ ହେବାପରେ କାପାଡିଆ ପରିବାର ବିବାହରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିଷ୍ପତି ନେଇଥିଲେ।

Comment