ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ ପରୀକ୍ଷା ବାତିଲ କରାଯାଇଛି। ବାତିଲ ପରୀକ୍ଷା କେବେ ହେବ ସେନେଇ ପୁଣିଥରେ ତାଲିକା ପ୍ରକାଶ ପାଇବ।

କୃଷକଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି। ବନ୍ଦରୁ ଓହରିଯିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ ମଧ୍ୟ ସଙ୍ଗଠନ ନିଜ ଜିଦ୍‌ରେ ଅଟଳ ରହିଛି।

Comment