ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆ ମହାଦେଶରେ ସବୁଠୁ ବଡ଼ କପଡ଼ା ବଜାର ହେଉଛି ସୁରତ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଥିବା ଶାଢ଼ି ଛାପିଥିବାବେଳେ ଏବେ ଦୁଇ ନୂଆ ନେତାଙ୍କ ଚେହେରା ଶାଢ଼ିରେ ଦେଖିବାକୁ ମିଳିଛି। ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେହପରି କଂଗ୍ରେସ ସମର୍ଥକ ଥିବା କପଡ଼ା ବ୍ୟବସାୟୀମାନେ ରାହୁଲ-ପ୍ରିୟଙ୍କାକ ଫଟୋ ଥିବା ଶାଢ଼ି ତିଆରି କରିବା ଆରମ୍ଭ କରିଦେଇଛନ୍ତି।

ସୁରତରେ ନିର୍ମିତ ହେଉଥିବା ଶାଢ଼ିକୁ ଦେଶବ୍ୟାପୀ ପଠାଯାଇଥାଏ। ସେଥିପାଇଁ ରାଜନୈତିକ ଦଳଗୁଡ଼ିକ ଶାଢ଼ିକୁ ନେଇ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଦେଲେଣି। ବିଶେଷକରି ଡିଜିଟାଲ ପ୍ରିଣ୍ଟ ଥିବା ଶାଢ଼ିଗୁଡ଼ିକ ଅଧିକ ଛପାଯାଇଛି।

୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ସୁରତ କପଡ଼ା ବଜାରରେ ବିଜେପି ସମର୍ଥିତ ନରେନ୍ଦ୍ର ମୋଦିଙ୍କ ଫଟୋ ପ୍ରିଣ୍ଟ ଥିବା ଶାଢ଼ି ଛପା ଯାଇଥିଲା। ଯାହାକୁ ଦେଶର ସବୁ ରାଜ୍ୟକୁ ଯୋଗାଣ ହୋଇଥିଲା। ସେତେବେଳେ ମୋଦିଙ୍କ ଫଟୋ ଥିବା ଶାଢ଼ି ବେଶ ଚର୍ଚ୍ଚାରେ ଥିବାବେଳେ ଏବେ ସେହି ଫଣ୍ଡା ଆପଣାଇଛି କଂଗ୍ରେସ।

Comment