ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚର୍ମରୋଗ ଏଭଳି ଏକ ସମସ୍ୟା, ଯାହା ସମସ୍ତଙ୍କ ପାଖରେ ଦେଖାଦେଇଥାଏ। ଏହି ରୋଗରେ ଚର୍ମ କୁଣ୍ଡେଇ ହୋଇ ଲାଲ ପଡ଼ିଯାଇଥାଏ। ବେଳେବେଳେ ଲାଲ୍‌ଲାଲ୍‌ ଫୋଟକା ପରି ହୋଇ ଚର୍ମରେ ନାଲି ନାଲି ଫଳି ଯାଇଥାଏ। ଚର୍ମରୋଗ ଶରୀରର କିଛି ସ୍ଥାନରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ତେବେ ଜାଣନ୍ତୁ ଚର୍ମରୋଗର କାରଣ ଏବଂ ପ୍ରତିକାର ବିଷୟରେ…

ଚର୍ମରୋଗର କାରଣ-

  • କିଛି ଖାଦ୍ୟରେ ଆଲର୍ଜି ହେଲେ ଏଭଳି ସମସ୍ୟା ହୁଏ।
  • ପେଟରେ କୃମି ସମସ୍ୟା।
  • ଋତୁ ପରିବର୍ତ୍ତନ।
  • କିଛି ବି ଶାରୀରିକ ସଂକ୍ରମଣ।
  • ହର୍‌ମୋନ ପରିବର୍ତ୍ତନ ଫଳରେ ଏହି ସମସ୍ୟା ବଢ଼ିଯାଇଥାଏ।
  • ରୂପି ସମସ୍ୟା ଫଳରେ ମଧ୍ୟ ତ୍ୱଚାର ସମସ୍ୟା ଦେଖାଦେଇଥାଏ।
  • ଅତ୍ୟଧିକ ଗରମ ବା ଥଣ୍ଡା ପରିବେଶରେ ତ୍ୱଚା ସମସ୍ୟା ବଢ଼ିଥାଏ।

ଚର୍ମରୋଗର ପ୍ରତିକାର-

  • ହଳଦିରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହାକୁ ତ୍ୱଚାରେ ଲଗାନ୍ତୁ। ଚର୍ମରୋଗରୁ ଉପଶମ ମିଳିବ।
  • ଗାଧୋଇବା ବେଳେ ନଖ ଉଷୁମ ପାଣିର ବ୍ୟବହାର କରନ୍ତୁ।
  • କଟନ୍‌ କପଡ଼ାର ବ୍ୟବହାର କରନ୍ତୁ।
  • ଭଲ ସାବୁନ ଓ ମଶ୍ଚରାଇଜର ବ୍ୟବହାର କରନ୍ତୁ।
  • ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଉପରୋକ୍ତ ତଥ୍ୟ ଗବେଷଣା ଆଧାରରେ ଲେଖାଯାଇଛି।

Comment