ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ ବଜାରକୁ ନୂଆ ନୂଆ ଫିଚରର ଗାଡ଼ି ଆସୁଛି। ସବୁ ଫିଚରରେ ଅଧିକ ସୁବିଧା ରଖାଯାଉଛି। ତେବେ ନିକଟରେ ଜଣାପଡ଼ିଛି ଇଟାଲୀର ଏକ କମ୍ପାନୀ ଭାରତୀୟ ବଜାରକୁ ବିଜୁଳିରେ ଚାଲୁଥିବା ତିନିଚକିଆ ଗାଡ଼ି ଆଣିବାଲାଗି ଯୋଜନା କରୁଛି।

ସୂଚନାନୁସାରେ ଏହି ବର୍ଷ ଅଧା ସୁଧା ବିଜୁଳିରେ ଚାଲୁଥିବା ୩ଚକିଆ ଗାଡ଼ି ବଜାରକୁ ଆସିବ। ୧ଟନ୍‌ରୁ କମ୍‌ ଓଜନ ନେବାର କ୍ଷମତା ଥିବା ଗାଡ଼ି ବନାଉଥିବା ବାଣିଜ୍ୟିକ କମ୍ପାନୀ ମାନେ ଆଶା ରଖିଛନ୍ତି କି ଏହି ଗାଡ଼ି ବଜାରକୁ ଆସିବ।

ଇଟାଲୀର ଯେଉଁ କମ୍ପାନୀ ଏହାକୁ ଭାରତୀୟ ବଜାରକୁ ଆଣିବାକୁ ଯୋଜନା କରୁଛି ତାହାର ସିଇଓଙ୍କ ଅନୁସାରେ,”ଭାରତ ବିଜୁଳିରେ ଚାଲୁଥିବା ଗାଡ଼ି ଉପରେ ନିବେଶ କରିବା ଦେଶଙ୍କ ମଧ୍ୟରେ ଅଟେ। ଆମେ ଏହା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଏହାର ଡିମାଣ୍ଡ ଆଗାମୀ ଦିନରେ ଭାରତରେ ଅଧିକ ହେବ। ତାହାକୁ ନଜରରେ ରଖି ଆମେ ଏହି ବର୍ଷ ଅଧା ସୁଦ୍ଧା ଭାରତରେ ବିଜୁଳିରେ ଚାଲୁଥିବା ତିନିଚକିଆ ଯାନ ଭାରତକୁ ଆଣିବୁ।”

ବିଜୁଳିରେ ଚାଲୁଥିବା ଗାଡି ଭାରତୀୟ ବଜାରକୁ ଆସିଲେ ଏହା ବ୍ୟବସାୟରେ ଭଲ ପ୍ରଭାବ ପକାଇବବୋଲି ଆଶା କରାଯାଉଛି।

Comment