ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଆଇପିଏଲ୍‌ ସିଜନ୍‌ର ଭବ୍ୟ ଉଦ୍‌ଘାଟନୀ ସମାରୋହ କରାଯିବ ନାହିଁ। ଏହି କାର୍ଯ୍ୟକ୍ରମରେ ବ୍ୟୟ ହେଉଥିବା ସମସ୍ତ ଟଙ୍କା ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ ଦିଆଯିବ। ଶୁକ୍ରବାର ଏନେଇ ବିସିସିଆଇ ସିଓଏ ପ୍ରମୁଖ ବିନୋଦ ରାୟ କହିଛନ୍ତି।

ଶୁକ୍ରବାର ବିସିସିଆଇ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ସିଓଏ ବିନୋଦ ରାୟ କହିଛନ୍ତି, “ଚଳିତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନୀ ସମାରୋହ କରାଯିବ ନାହିଁ, ସେଥିରୁ ଯାହା ଟଙ୍କା ବଞ୍ଚିବ ତାହା ସହିଦଙ୍କ ପରିବାରକୁ ବିସିସିଆଇ ପକ୍ଷରୁ ଦିଆଯିବ।”

ବିନୋଦ ରାୟ ଆହୁରି ମଧ୍ୟ କହିଛନ୍ତି, “ଆଗକୁ ଥିବା ବିଶ୍ୱକପରେ ଟିମ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବହିଷ୍କାର ନିଷ୍ପତ୍ତି ବିସିସିଆଇ ସରକାରଙ୍କ ଉପରେ ଛାଡିଦେଇଛି। ଏହି ବାବଦରେ ସରକାର ଯାହା ନିର୍ଦ୍ଦେଶ ଦେବେ ବିସିସିଆଇ ତାହା ମାନିବ।”

ଆସନ୍ତା ବିଶ୍ୱକପରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚକୁ ରଦ୍ଧ କରିବା ନିଷ୍ପତ୍ତି ବିସିସିଆଇ ସରକାରଙ୍କ ଉପରେ ଛାଡିଛି। ଏହି ମାମଲାରେ ଆଗାମୀ ସରକାର ଯାହା ପଦକ୍ଷେପ ନେବେ ବିସିସିଆଇ ତାହା ମାନିବ।

Comment