ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତୃତୀୟ ଟର୍ମିନାଲ ଖୁବ୍‌ଶୀଘ୍ର। ୫ରୁ ୬ ମାସ ଭିତରେ ଏହି କାମ ଶେଷ ହେବ। ଏଥିପାଇଁ ୯୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଏୟାରପୋର୍ଟରେ ଲିଙ୍କ୍ ବିଲ୍ଡିଂର ଶିଳାନ୍ୟାସ କରିଥିଲେ ଧର୍ମେନ୍ଦ୍ର। ଏହି ଲିଙ୍କ ବଲ୍ଡିଂ ନିର୍ମାଣ ହେଲେ ଦୁଇଟି ଟର୍ମିନାଲକୁ ସଂଯୋଗ କରିବ।

ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତୃତୀୟ ଟର୍ମିନାଲ ନିର୍ମାଣ କରିବାକୁ ଗତ ଡିସେମ୍ବର ମାସରେ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଏନେଇ ଆଲୋଚନା ହେବା ପରେ ତୃତୀୟ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।

Comment