ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ବର୍ଷା ହେବା ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ୨୫ ତାରିଖରେ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ବର୍ଷା ସହିତ ବଜ୍ରପାତ ଆଶଙ୍କା ମଧ୍ୟ କରାଯାଉଛି।
ଦୁଇରୁ ତିନି ଦିନ ଧରି ତାତି ବଢ଼ିଛି। ବର୍ଷା ଫଳରେ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।
୨୬ ଓ ୨୭ ତାରିଖରେ ଓଡ଼ିଶା ଉପକୂଳ ସହିତ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ୪୦ର ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ମତ୍ସଜୀବୀ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।
















