ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୪ରେ ଜମ୍ମୁ କଶ୍ମୀର କୁଲଗାମରେ ସହିଦ ହୋଇଥିବା ଡିଏସ୍‌ପି ଅମନ ଠାକୁରଙ୍କୁ ସୋମାବର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ବାଦାୟ ଦିଆଯାଇଛି। ତାଙ୍କ ଅନ୍ତିମ ଶୋଭାଯାତ୍ରାରେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ।

ରବିବାର ଦିନ କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଅମନ ଠାକୁର। କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଅମନ ଠାକୁର ସହିଦ ହୋଇଥିଲାବେଳ ୩ ଆତଙ୍କବାଦୀ ନିହତ ହୋଇଥିଲେ।

୨୦୧୧ ମସିହାରେ ଅମନ କାଶ୍ମୀର ପୋଲିସରେ ଯୋଗ ଦେଇଥିଲେ। ସେ ଜମ୍ମୁର ଡୋଡା ଅଞ୍ଚଳ ବାସିନ୍ଦା ଥିଲେ। ସେ ୨୦୧୩ରେ ବିବାହ କରିଥିଲେ।

Comment