ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାର ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ପୀଠରୁ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ଅଭିଯାନ ଆରମ୍ଭ କରିଛି। ଏହି ଦଳର ନେତା ଓ କର୍ମୀମାନେ ଆଜି ବଳଦେବଜୀୟୁଙ୍କ ପୀଠରୁ ଏକ ଶୋଭାଯାତ୍ରାରେ ଆସି ତିନିମୁହାଣିସ୍ଥିତ ରାମ ମନ୍ଦିର ପଡ଼ିଆରେ ଏକାଠି ହୋଇଥିଲେ।

କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ଅଭିଯାନରେ ସମତାକ୍ରାନ୍ତିର ମୁଖ୍ୟ ବ୍ରଜ ତ୍ରିପାଠୀ ଏବଂ ଉତ୍କଳଭାରତ ସଭାପତି ଖାରବେଳ ସ୍ୱାଇଁ ସାମିଲ ହୋଇଥିଲେ। ଉତ୍କଳ ଭାରତ ଏବଂ ସମତାକ୍ରାନ୍ତି ମିଶି ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିଛନ୍ତି।

ଦୁଇ ନେତା ଅଭିଯାନରେ ସାମିଲ ହୋଇ ବାଇକରେ ବସି ଶୋଭାଯାତ୍ରାରେ ଯାଇଥିଲେ। ଆସନ୍ତା ନିର୍ବାଚନରେ ଏହି ମେଣ୍ଟ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେବ। ଏହି ମେଣ୍ଟରେ ଅନ୍ୟ ସମଭାବାପନ୍ନ ରାଜନୈତିକ ଦଳମାନେ ସାମିଲ ହେବାକୁ ଏହି ନେତାମାନେ ଆହ୍ଵାନ ଦେଇଛନ୍ତି।

“୧୯ ବର୍ଷ ଧରି ରାଜ୍ୟକୁ ଲୁଟ କରି ରାଜ୍ୟର କୋଟକୋଟି ଜନତାଙ୍କୁ ଭିକାରୀ ସଜେଇଛି ବିଜୁ ଜନତା ଦଳ। ବିଜେଡିକୁ ପରାଜିତ କରି ଗଣତାନ୍ତ୍ରିକ ସାମ୍ମୁଖ୍ୟ ଲୋକଙ୍କ ପାଖରେ ଛିଡ଼ା ହେବ”, କହିଛନ୍ତି ଖାରବେଳ ଓ ବ୍ରଜ କିଶୋର।

Comment