ଓଡ଼ିଶାଲାଇଭ୍ ବ୍ୟୁରୋ
ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ଯେଉଁଥିରେ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
Salute the #IndianAirForce for pre-dawn air strikes on terror camps in defence of our Nation. #JaiHind
— Naveen Patnaik (@Naveen_Odisha) February 26, 2019
ବାୟୁସେନାର ଏହି ଆକ୍ରମଣକୁ ସାଲ୍ୟୁଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
I salute the bravery of Indian Air Force pilots who have made us proud by striking terror targets in Pakistan
— Arvind Kejriwal (@ArvindKejriwal) February 26, 2019
ଏହାସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲବି ବାୟୁସେନାକୁ ସାଲ୍ୟୁଟ କରିଛନ୍ତି। ଏହି ଆକ୍ରମଣ ପରେ ଆମେ ଗର୍ବ ଅନୁଭବ କରୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
?? I salute the pilots of the IAF. ??
— Rahul Gandhi (@RahulGandhi) February 26, 2019
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବାୟୁସେନାକୁ ସଲାମ ଜଣାଇଛନ୍ତି।

















