ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ଅଧିକୃତ କଶ୍ମୀରରେ ବାୟୁସେନାର ଆକ୍ରମଣ ପରେ ଚର୍ଚ୍ଚା ହେଉଛି ସେନା ଜାତୀୟ କବି ରାମଧାରୀ ସିଂ ଦିନକରଙ୍କ କବିତାର ଶଦ୍ଦ ମାଧ୍ୟମରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛି। ଏଥିରେ ସବୁଠୁ ବିଶେଷ କଥା ଏହାକି କବିତାର ପ୍ରଥମ ଲାଇନକୁ ଜାନୁଆରୀ ୨୫ ସଂଧ୍ୟାରେ ଟୁଇଟର ମାଧ୍ୟମରେ କରାଯାଇଥିଲା। ଦ୍ୱିତୀୟ ଟୁଇଟଟି ଜାନୁଆରୀ ୨୬ ସକାଳେ କରାଯାଇଥିଲା।

ତେବେ ଶେଷରେ ଯେତେବେଳ ବାୟୁସେନା ବାଲାକୋଟରେ ଆକ୍ରମଣ କରିଥିଲା ତାହାର ଠିକ୍‌ ୨୪ଘଣ୍ଟା ପୂର୍ବରୁ ସେନା କବିତାର ଧାଡ଼ି ମାଧ୍ୟରେ ସୂଚାଇ ଦେଇଥିଲା ଅବା ଇସାରା କରିଥିଲେ। ଟୁଇଟ୍‌ଟି ସେନା ଅତିରିକ୍ତ ମହାନିର୍ଦ୍ଦେଶକ ଟୁଇଟ୍‌ କରିଥିଲେ।

ଗତକାଲି ବଡ଼ି ଭୋରରରୁ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ଏକ ବଡ଼ ଧରଣର ହମଲା ହୋଇଛି। ଭାରତୀୟ ବାୟୁସେନାର ୧୨ଟି ୨୦୦୦ ଲଢ଼ୁଆ ମିରାଜ ବିମାନ ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଛନ୍ତି। ୧୦୦୦ କେଜିର ବୋମା ପଡ଼ିବା ଫଳରେ ଜୈଶ-ଏ-ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଭାରତ ସେହି ସମୟରେ ଏହି ଆକ୍ରମଣ କରିଥିଲା ଯେତେବେଳେ ଦୁଇଦେଶର ଲୋକେ ଗଭୀର ନିଦରେ ଥିଲେ।

ସେପଟେ ମଙ୍ଗଳବାର ରାଜସ୍ଥାନର ଚୁରୁ ଅଞ୍ଚଳରେ ନିର୍ବାଚନୀ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ପ୍ରଥମ ଟିପ୍ପଣୀ ରଖିସାରିଛନ୍ତି, “ଆପଣମାନଙ୍କ ଜୋଶ୍‌ ମୁଁ ଦେଖିପାରୁଛି। ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ହାତରେ ଅଛି। ମୋତେ ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନି। ଭାରତମାତାକୁ କାହାରି ଆଗରେ ନଇଁବାକୁ ଦେବିନି”।

Comment