ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଲଓସିରେ ଭାରତୀୟ ବାୟୁସେନାରେ ଆକ୍ରମଣ କରିଛି। ଯାହାପରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଏହାପରେ ସବୁଠି ସମସ୍ତଙ୍କ ମୁହଁ କେବଳ ଗୋଟିଏ କଥା କି ୪୦ଯବାନଙ୍କ ବଳିଦାନର ପ୍ରତିଶୋଧ ନେଇଛି ଭାରତ। ସମସ୍ତେ ବାୟୁସେନାକୁ ସାଧୁବାଦ ଜଣାଉଛନ୍ତି।

କେବଳ ଭାରତରେ ନୁହଁ ପୂରା ବିଶ୍ୱରେ ଏବେ ଏହି ଚର୍ଚ୍ଚା ହେଉଛି। ଆମେରିକା ଖବରକାଗଜ ନ୍ୟୁୟର୍କଟାଇମ୍ସ ହିସାବରେ ୫ଦଶକ ପରେ ଭାରତୀୟ ବାୟୁସେନା ପାକିସ୍ତାନରେ ମାଟିରେ ଆକ୍ରମଣ କରିଛି। ଦ ୱାସିଂଙ୍ଗଟନ୍‌ ପୋଷ୍ଟ ହିସାବରେ ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଠିକଣାକୁ ନଷ୍ଟ କରିଛନ୍ତି। ‘ହ ୱାଲ ଷ୍ଟ୍ରିଟ୍‌ ଜର୍ନଲ’ ହିସାବରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରି ପୁଲୱାମା ଆକ୍ରମଣ ପ୍ରତିଶୋଧ ନେଇଛି।

ସେହପରି ଚୀନ ଖବରକାଗଜ ଚାଇନା ଡେଲି ହିସାବରେ ଭାରତୀୟ ବାୟୁସେନା ପାକିସ୍ତାନରେ ପସି ଆକ୍ରମଣ କରିଛି।ଋଷର ଖବରକାଗଜ ଅନୁସାରେ ଭାରତ ପାକିସ୍ତାନରେ ଆତଙ୍କୀ ସଂଗଠନ ଉପରେ ଆକ୍ରମଣ କରି ସେମାନଙ୍କ ଶିବିରକୁ ନଷ୍ଟ କରିଛି। ସେହିପରି ବ୍ରିଟେନ ଓ ଅଷ୍ଟ୍ରେଲିଆ ଖବରକାଗଜ ମଧ୍ୟ ଏହାକୁ ନେଇ ଆଲୋଚନା କରାଯାଇଛି।

ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଜମ୍ମୁରୁ ଶ୍ରୀନଗର ଅଭିମୁଖେ ୭୦ଟି ବସ୍‌ରେ ଯାଉଥିବା ୨୫୦୦ ଯବାନଙ୍କ ବସ୍‌କୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ବିସ୍ଫୋରକ ଭର୍ତ୍ତି କାର୍‌ ଗୋଟିଏ ବସ୍‌କୁ ଧକ୍କା ଦେବାରୁ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଏହି ଘଟଣା ଚାରିଆଡ଼େ ପ୍ରଚାର ହେବା ପରେ ପାକିସ୍ତାନ ବିରୋଧରେ କଠୋର ହୋଇଥିଲା ଭାରତ।

ପାକିସ୍ତାନକୁ ସବୁଥିରୁ ବାସନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଭାରତରେ ପାକିସ୍ତାନ ବିରୋଧୀ ନାରା ଉଠିଥିଲା। ଗତ ୧୨ ଦିନ ହେଲା ଭାରତର ଜନସାଧାରଣଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଥିଲା ତାହା କିଛିଟା ପ୍ରଶମିତ ହୋଇଛି। ଉରୀ ଆକ୍ରମଣ ବେଳେ ଭାରତୀୟ ଯବାନ ପାକିସ୍ତାନ ସୀମାରେ ଯେଉଁଭଳି ଜବାବ ଦେଇଥିଲେ ତାହାର ପୁନରାବୃତ୍ତି ଘଟିଛି।

ଭାରତୀୟ ବାୟୁସେନା ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଶିବିରକୁ ଛାରଖାର କରିଦେଇଛନ୍ତି। ଭାରତୀୟ ଯବାନଙ୍କ ଏହି ଅତର୍କିତ ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି।

Comment