ଓଡ଼ିଶାଲାଇଭ୍ ବ୍ୟୁରୋ
ପିଓକେରେ ଭାରତର ଏୟାରଷ୍ଟ୍ରାଇକ ପରେ ସୁରକ୍ଷା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
ବୈଠକରେ ଭାରତୀୟ ବାୟୁସେନା ପକ୍ଷରୁ ପିଓକେରେ ହୋଇଥିବା ଏୟାରଷ୍ଟ୍ରାଇକ ଉପରେ ଆଲୋଚନା ହେବ। ଗୃହମନ୍ତ୍ରୀ ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ନର୍ଥବ୍ଲକରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଅଜିତ ଡୋଭାଲ, ଏନ୍ଏସ୍ଏ, ଆରଏଡବ୍ଲ୍ୟୁ ଓ ସ୍ଵରାଷ୍ଟ୍ର ସଚିବଙ୍କୁ ନେଇ ବୈଠକ ଚାଲିଛି।


















