ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ ଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏଥିପାଇଁ ଗତକାଲିଠାରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିୟୋ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଭାରତ ଆସିସାରିଛନ୍ତି।

ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ଆମେରିକାର ଏହି ଦୁଇ ମନ୍ତ୍ରୀ ଆଜି ଆଲୋଚନା କରିବେ।କରୋନା ସଙ୍କଟ ଭିତରେ ପ୍ରଥମ ଥର ପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ  ଓ ବୈଦେଶିକ ମନ୍ତ୍ରୀ ବିଦେଶ ଗସ୍ତରେ ଆସିଛନ୍ତି। ତେଣୁ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏଥିସହ ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହି ଗସ୍ତକୁ ନେଇ ବେଶ ଆଲୋଚନା ଜାରି ରହିଛି।

ଅନ୍ୟପଟେ ଗତ କିଛି ଦିନ ଧରି ଭାରତ ଓ ଚୀନ୍ ଭିତରେ ସୀମା ବିବାଦ ଲାଗି ରହିଛି। ଚୀନ୍ ଓ ଭାରତୀୟ ସେନା ସୀମାରେ ମୁହଁମୁହିଁ ମଧ୍ୟ ହେଉଛନ୍ତି। ଏପରି ସ୍ଥିତିରେ ଆମେରିକାର ଦୁଇ ପ୍ରଭାବଶାଳୀ ନେତା ଭାରତ ଗସ୍ତରେ ଆସିବା ଭାରତ ଓ ଆମେରିକାର ସମ୍ପର୍କକୁ ଅଧିକ ମଜଭୁତ କରିବ ବୋଲି କୁହାଯାଉଛି।

Comment