ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଖରାପ ହେଉଥିଲାବେଳେ ପାକିସ୍ତାନ କିନ୍ତୁ ଗୋଟିଏ ପରେ ଗୋଟିଏ ମିଛି କହିଚାଲିଛି। ଗୁରୁବାର ପାକ୍‌ର ଆଉ ଏକ ମିଛ ଧରାପଡ଼ିଛି। ବୁଧବାର ପାକିସ୍ତାନ ଦାବି କରୁଥିଲା ଯେ ଭାରତୀୟ ସେନା ତାଙ୍କର କୌଣସି ବିମାନ ନଷ୍ଟ କରିନାହାନ୍ତି। ପିଓକେରେ ଖସି ପଡ଼ଥିବା ଭଙ୍ଗା ବିମାନ ଭାରତର ମିଗ୍‌ ୨୧ ବୋଲି ପାକିସ୍ତାନ କହିଥିଲା।

ମାତ୍ର ଏହି ଭଙ୍ଗା ବିମାନ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍‌ ୧୬ ବୋଲି ଜଣାପଡ଼ିଛି। ଏହି ବିମାନଟି ପାକିସ୍ତାନ ଅଧିକୃତ କଶ୍ମୀରରେ ପଡ଼ିରହିଛି। ଏହାର ଫଟୋ  ସାମ୍ନାକୁ ଆସିଛି। ଫଳରେ ପାକର ଆଉ ଏକ ମିଛି ଧରାପଡ଼ିଛି।

ଏନ୍‌ଏନ୍‌ଆଇ ନ୍ୟୁଜ ଏଜେନ୍ସିର ଖବର ଅନୁସାରେ ଏଫ୍‌ ୧୬ର ଖଣ୍ଡ ବିଖଣ୍ଡିତ ଅଂଶକୁ ଠାବ କରାଯାଇଛି। ବୁଧବାର ଭାରତୀୟ ବାୟୁସେନା ଏହି ବିମାନଟିକୁ ତଳକୁ ଖସାଇ ଦେଇଥିଲା।

ଏହା ପୂର୍ବରୁ ପାକିସ୍ତାନ ଭାରତର ଦୁଇ ପାଇଲଟଙ୍କ ଗିରଫ କରିଥିବା ଦାବି କରିଥିଲା। ପରେ ନିଜର ବୟାନ ବଦଳେଇ ଜଣେ ପାଇଲଟଙ୍କୁ ରଖିଥିବା କହିଥିଲା। ଯାହାଫଲରେ ଏହା ସ୍ପଷ୍ଟ ହେଉଛି ଯେ, ପାକିସ୍ତାନ ବାରମ୍ବାର ମିଛ କହିଚାଲିଛି।

Comment