ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ୨୦୨୪ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ। ଚଳିତବର୍ଷ ସାରା ଦେଶରେ ସିବିଏସଇ ଦଶମ ପରୀକ୍ଷାରେ ପାସ୍ ହାର ୯୩.୬୦ ପ୍ରତିଶତ ରହିଥିବାବେଳେ ଦ୍ୱାଦଶ ବୋର୍ଡରେ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି। ଉଭୟ ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

ସିବିଏସଇ ଦଶମ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୪.୭୫ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୨.୭୧ ପ୍ରତିଶତ ରହିଛି। ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଛାତ୍ରୀଙ୍କ ପାସ୍‌ ହାର ୯୧.୫୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୮୫.୧୨ ପ୍ରତିଶତ ରହିଛି।

ଚଳିତବର୍ଷ ସିବିଏସଇ ଦଶମ ବୋର୍ଡରେ ମୋଟ ୨୨ ଲକ୍ଷ ୩୮ ହଜାର ୮୨୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ୯୫ ହଜାର ୪୬୭ ଜଣ ପାସ୍ କରିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ୦.୪୮ ପ୍ରତିଶତ ଅଧିକ ରହିଛି।

ସେହିପରି ସାରା ଦେଶରେ ଦ୍ଵାଦଶ ବୋର୍ଡରେ ୧୬ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୨୬ ହଜାର ୪୨୦ ଜଣ ପାସ୍‌ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ୱାଦଶରେ ପାସ୍ ହାର ୦.୬୫ ପ୍ରତିଶତ ବୃଦ୍ଧି ପାଇଛି।

ଛାତ୍ରଛାତ୍ରୀମାନେ cbseresults.nic.in ୱେବସାଇଟରେ ନିଜର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ଜାଣିପାରିବେ।

Tags: #CBSEresults #BoardExamination #Education #Students #Odisha #India

LEAVE A REPLY

Please enter your comment!
Please enter your name here