ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସୋମବାର ଦିନ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ସକାଳ ୭ଟାରୁ ଏହି ସବୁ ଆସନରେ ମତଦାନ ଆରମ୍ଭ ହୋଇଥିଲା। ତେବେ ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

ଅପରାହ୍ଣ ୫ଟା ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୬୮.୮୪ ପ୍ରତିଶତ ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୫୫.୬୫ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।

ସେହପରି ଗଜପତିରେ ୬୩.୭୧ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ପ୍ରତିଶତ, କୋରାପୁଟରେ ୬୧.୨୨ ପ୍ରତିଶତ, ମାଲକାନିଗିରିରେ ୫୭.୬୮ ପ୍ରତିଶତ, ନୂଆପଡ଼ାରେ ୬୬.୩୫ ପ୍ରତିଶତ ଓ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି। 

ଅନ୍ୟପଟେ ଲୋକସଭା ଆସନଗୁଡ଼ିକୁ ଦେଖିବାକୁ ଗଲେ ସୋମବାର ଅପରାହ୍ଣ ୫ଟା ସୁଦ୍ଧା ବ୍ରହ୍ମପୁରରେ ୫୮ ପ୍ରତିଶତ, କଳାହାଣ୍ଡିରେ ୬୭.୦୭ ପ୍ରତିଶତ, କୋରାପୁଟରେ ୬୧.୪୩ ପ୍ରତିଶତ ଏବଂ ନବରଙ୍ଗପୁରରେ ୬୫.୦୭ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି।

ତେବେ ଭୋଟିଂ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନର ହାର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ନିର୍ବାଚନରେ ଲୋକେ ଅଧିକ ସଂଖ୍ୟାରେ ଭୋଟ୍ ଦେବେ ବୋଲି ନିର୍ବାଚନ କମିଶନ ଆଶାବ୍ୟକ୍ତ କରିଛନ୍ତି।

Tags: #OdishaAssemblyElections2024 #Voting #Voters #Odisha #ECI #India

LEAVE A REPLY

Please enter your comment!
Please enter your name here