ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ପାକିସ୍ତାନ ଭିତରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହି ମଧ୍ୟରେ ପାକ୍‌ ଜଣେ ଭାରତୀୟ ପାଇଲଟଙ୍କୁ ଗିରଫ କରି ରଖିଛି। ଭାରତୀୟ ପାଇଲଟ ପାକ୍‌ରେ ରହିଥିବାରୁ ତାଙ୍କୁ ଫେରାଇ ଆଣିବାକୁ ଭାରତ ଚେଷ୍ଟା କରୁଛି। ଦେଶବାସୀ ମଧ୍ୟ ତାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ପାଇଲଟଙ୍କୁ ଫେରାଇବା ପାଇଁ ଭାରତ ନିକଟରେ ସର୍ତ୍ତ ରଖିଛି ପାକିସ୍ତାନ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିଲେ ପାଇଲଟଙ୍କୁ ଛାଡ଼ି ଦେବାକୁ ପାକିସ୍ତାନ କହିଛି।

ସେପଟେ ଭାରତ ଏହାର ଉତ୍ତରରେ କହିଛି ଯଦି ପାଇଲଟଙ୍କୁ କୌଣସି ପ୍ରକାର ଆଘାତ ଦିଆଯାଏ ତେବେ ପାକ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ। ପାଇଲଟଙ୍କୁ ନେଇ କୌଣସି ମୂଲଚାଲ କରାଯିବ ନାହିଁ କହିଛି ଭାରତ।

ପୁଣିଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଆଲୋଚନା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ଅଛନ୍ତି ଇମ୍ରାନ ଖାନ। ତେବେ ମୋଦିଙ୍କ ସହ ଫୋନ ଯୋଗେ ଇ୍ରମାନ ପ୍ରସ୍ତୁତ ଥିବା କହିଛନ୍ତି ପାକ୍‌ ବିଦେଶ ମନ୍ତ୍ରୀ ଶାହ ମେହମୁଦ୍‌ କୁରୈଶୀ।

 

Comment