ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାଦେଶ ଅଭିନନ୍ଦନଙ୍କୁ ଅଭିନନ୍ଦନ କରୁଛି। ଭାରତ ମାତାର ବୀରଯବାନଙ୍କ ଗୋଟିଏ ଝଲକ ଦେଖିବ ଦେଶ।

  • ଏ ହେଉଛି ୱାଘା ବର୍ଡର ଯେଉଁଠି ପୂରା ଦେଶର ନଜର ଅଟକିଥିଲା
  • ସମସ୍ତଙ୍କ ମୁହଁରେ ଅଭିନନ୍ଦନଙ୍କ ବୀରତ୍ୱର ଗାଥା
  • ଦେଶର ପ୍ରତି କୋଣରୁ ଆସିଥିଲେ ଲୋକେ
  • ଢୋଲ, ବାଣ,ଫୁଲମାଳ, ଅଭିନନ୍ଦନଙ୍କ ଫଟୋ ନେଇ ସମସ୍ତେ ଅପେକ୍ଷା କରିଥିଲେ
  • ଜାତୀୟ ପତାକା ଫରଫର ହୋଇ ଉଡୁଥିଲା
  • ବାପା ମା’ଙ୍କ ଆଖିଲେ ଖୁସିର ଲୁହ
  • ଦେଶର ପ୍ରତିଟି ସହରରେ ଲୋକଙ୍କ ମୁହଁରେ ଅଭିନନ୍ଦନଙ୍କ ଫେରିବାକୁ ନେଇ ଖୁସି
  • ମିଡିଆର ଖଚାଖଚ ଭିଡ଼

ଭାରତ ଅଭିମୁଖେ ଲଢୁଆ ପୁଅ ଅଭିନନ୍ଦନ। କଡ଼ା ସୁରକ୍ଷା ମଧ୍ୟରେ ପାକ୍ ସେନା ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ଅଭିମୁଖେ ଆଣୁଛନ୍ତି।। ୱାଘା ବର୍ଡର ପହଞ୍ଚିବା ପରେ ସମସ୍ତେ ଉତ୍ସାହିତ ଆଉ ଖୁସି। ପୁଅକୁ ଦେଖି ଯେମିତି ଖୁସିର ଲୁହ ବାପା ମା’ଙ୍କ ଆଖିରୁ ବହିଆସିଥିଲା। ପୂରା ଦେଶର ନଜର ଥିଲା ସେହି ୱାଘା ବର୍ଡର ଉପରେ।

ପୂରା ଦେଶ ଅଭିନନ୍ଦନଙ୍କୁ ଅପେକ୍ଷା କରିଥିଲେ। ୱାଘା ବର୍ଡରରୁ ସିଧା ଅମୃତସର ଯିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ।  ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅମୃତସରରୁ ଦିଲ୍ଲୀ ଯିବେ ବୀରପୁଅ ଅଭିନନ୍ଦନ।

ଅଭିନନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏକ ଆମ୍ବୁଲାନ୍ସ ବି ସେଠାରେ ରହିଥିଲା। ଅଭିନନ୍ଦନ ପହଞ୍ଚିବା ପୂର୍ବରୁ ଅଟାରୀ ବର୍ଡରରେ ତାଙ୍କୁ ସ୍ୱାଗତ କରିବା ଲାଗି ବାୟୁସେନାର ବରିଷ୍ଠ ସେନାଅଧିକାରୀ ପହଞ୍ଚିଥିଲେ।

ଅଭିନନ୍ଦନଙ୍କର ଗୋଟିଏ ଝଲକ ପାଇବା ଲାଗି ଅପେକ୍ଷା କରିଥିଲା ପୂରା ଦେଶ।

କେବଳ ସେନା ନୁହଁ ଦେଶର ସମସ୍ତ କୋଣ ସେ ଉତ୍ତର ହେଉ ଅବା ଦକ୍ଷିଣ ଅବା ପଷ୍ଚିମ ସବୁ ସ୍ଥାନରୁ ଲୋକେ ଆସି ଅପେକ୍ଷା କରିଥିଲେ। ରୋଲ ମଡେଲ କୁହାଯାଉଥିବା ବୀରପୁଅଙ୍କ ଗୋଟିଏ ଝଲକ ପାଇବା ଲାଗି।

ଅଭିନନ୍ଦନଙ୍କ କାହାଣୀ ଇତିହାସର ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ଯେତେଦିନ ପର୍ଯ୍ୟନ୍ତ ପୃଥିବୀରେ ଲୋକେ ରହିଥିବେ ସେତେ ଦିନ ଯାଏଁ ଲୋକେ ଅଭିନନ୍ଦନଙ୍କୁ ମନେରଖିଥିବେ, ତାଙ୍କ ବିରତ୍ୱର କଥା କହିବେ। ସେ ଅନେକଙ୍କ ଲାଗି ଆଜି ପ୍ରେରଣା  ବନିଛନ୍ତି। ବିରତ୍ୱ, ଦେଶଭକ୍ତିର ଅନ୍ୟ ନାମ ଅଭିନନ୍ଦନ ବୋଲି କୁହାଯାଉଛି।

ୱାଘା ବର୍ଡରରେ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ନଦେଖିଲେ ବିଶ୍ୱାସ କରିହେବନି। ଉପସ୍ଥିତ ଲୋକଙ୍କ ମଧ୍ୟରେ ଜଣେ ବୃଦ୍ଧ ବି ସାମିଲ ଥିଲେ ଯେ ସକାଳଠୁ ଅପେକ୍ଷା କରିଛନ୍ତି ଅଭିନନ୍ଦନଙ୍କୁ ଦେଖିବା ଲାଗି। ତାଙ୍କ ଝଲକ ଦେଖିବା ପରେ ହିଁ ସେ ଖାଇବେ, ଯୁବକଙ୍କ ମଧ୍ୟରେ ଉତ୍ସାହ ଯେମିତି ଦୁଇଗୁଣ ହୋଇଯାଇଥିଲ

Comment