ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ତିକ୍ତ ଥିବା ବେଳେ ପଡୋଶୀ ରାଷ୍ଟ୍ର ଚୀନି ଏକ ବଡ ପଦକ୍ଷେପ ନେଇଛି। ଚୀନି ପାକିସ୍ତାନରୁ ଆସୁଥିବା ଓ ପାକିସ୍ତାନକୁ ଯାଉଥିବା ସମସ୍ତ ଫ୍ଲାଇଟକୁ ରଦ୍ଦ କରିଛି। ଏହାସହ ଚୀନର ଗଣମାଧ୍ୟମ ଅନୁସାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ଦେଇ ଯାଉଥିବା ଚୀନର ଅନ୍ତରାଷ୍ଟ୍ରୀୟ ବିମାନର ରାସ୍ତାକୁ ମଧ୍ୟ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଭାରତସହ ପରିସ୍ଥିତି ଖରାପ ହେବା ପରେ ପାକିସ୍ତାନ ନିଜ ଏୟାରସ୍ପେଶକୁ ବନ୍ଦ ରଖିଥିଲା। ଏହି କାରଣ ଯୁରୋପ ଓ ଦକ୍ଷିଣ ପୂର୍ବ ଏସିଆ ମୂଖ୍ୟ ରାସ୍ତାରେ ସମସ୍ୟା ଦେଖାଦେଇଛି ଯାହାପରେ ହଜାର ହଜାର ବିମାନଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ଏପରି ପରିସ୍ଥିତିରେ ଅନେକ ରାଷ୍ଟ୍ର ଭାରତ ସପକ୍ଷରେ ବାହାରିଛନ୍ତି। ଭାରତୀୟ ବାୟୁସେନାର ଆକ୍ରମଣପରେ ସମସ୍ତେ ସେନାକୁ ସାଧୁବାଦ ଜଣାଉଛନ୍ତି।

Comment