ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନର ପଅକୁ ଧରିବା ପାଇଁ ଆମେରିକାର ନୂଆ ପଦକ୍ଷେପ। ଲାଡେନ୍‌ର ପୁଅ ହାମ୍‌ଜା ବିନ୍‌ ଲାଡେନ ମୁଣ୍ଡରେ ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଘୋଷଣା କରିଛି ଆମେରିକା।

ଯିଏ ହମ୍‌ଜା ବିନ୍‌ ଲାଡେନ ସମ୍ପର୍କରେ ସୂଚନା ଦେବ, ତାକୁ ଆମେରିକା ଏହି ପୁରସ୍କାର ଦେବ ବୋଲି ଘୋଷଣା ହୋଇଛି। ତେଣୁ ଆମେରିକାର ବୈଦେଶିକ ମନ୍ତ୍ରାଳୟ ଶୁକ୍ରବାର ଏହି ପୁରସ୍କାର ରାଶିର ଘୋଷଣା କରିଛି। ଆମେରିକାର କହିବା କଥା, ହମ୍‌ଜା ନିଜ ବାପା ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁର ପ୍ରିତିଶୋଧ ନେବାକୁ ଆମେରିକା ଉପରେ ଆତଙ୍କି ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚୁଛି।

ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ହମ୍‌ଜା ବିନ୍‌ ଲାଡେନ୍‌ ଆମେରିକା ତଥା ଏହାର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚୁଛି। ସେ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଧମକ ମଧ୍ୟ ଦେଇଛି।

୯/୧୧ ଆମେରିକା ଆକ୍ରମଣ ପରେ ଆମେରିକା ପାକିସ୍ତାନରେ ଆବୋଟ୍ଟାବାଦରେ ସେ ରହୁଥିବା କୋଠାରେ ପ୍ରବେଶ କରି ଲାଡେନ୍‌କୁ ହତ୍ୟା କରିଥିଲା। ଲେଡେନ୍‌ ମରିବା ପରେ ବର୍ତ୍ତମାନ ତା’ ପୁଅ ହାମଜା ବିନ୍ ଲାଡେନ୍ ଜେହାଦୀ ପ୍ରିନ୍ସ ହୋଇ ଅଲକାଏଦା ଆତଙ୍କୀ ସଂଗଠନ ଚଳାଇଛି।କିଛି ରିପୋର୍ଟରେ ହାମଜା ଆଫ୍‌ଗାନିସ୍ତାନରେ ଥିବା କୁହାଯାଉଥିବା ବେଳେ ଆଉ କିଛିରେ ସେ ସିରିଆ କିମ୍ବା ପାକିସ୍ତାନରେ ଥିବା କୁହାଯାଉଛି।

ନିଜ ବାପାର ମୃତ୍ୟୁର ପ୍ରତିଶୋଧ ନେବାକୁ ୩୦ ବର୍ଷୀୟ ହମ୍‌ଜା ଆମେରିକାକୁ ଧମକ ଦେଇଛି। ଓସାମା ବିନ୍‌ ଲାଡେନ ପରେ ଏବେ ତା ପୁଅ ହମ୍‌ଜା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଯାଇଛି। ହମ୍‌ଜାକୁ ଧରିବା ପାଇଁ ଆମେରିକା ଆଜି ଏକ ମିଲିୟନ୍‌ ଡଲାରର ପୁରସ୍କାର ରାଶି ଘୋଷଣା କରିଛି।

Comment