ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇପୁଅ ଉଚ୍ଚ ପଦବୀରେ ସରକାରୀ ଚାକିରି କରୁଥିବା ସତ୍ତ୍ୱେ ସେମାନଙ୍କ ମା’ ଘରଘର ବୁଲି ଛାଡୁପୋଛା ମାରୁଥିଲେ। ପାଖାପାଖି ୧୫ବର୍ଷ ହେବ ଏକାକି ରହି ଆସୁଥିଲେ ୬୧ବର୍ଷୀୟ ବୃଦ୍ଧା ମା’। ବୃଦ୍ଧଙ୍କ ଜଣେ ପୁଅ ଜିଏସ୍‌ଟି ବିଭାଗରେ କାର୍ଯ୍ୟରତ ଥିବାବେଳେ ଅନ୍ୟ ଜଣେ ପରିବହନ ନିଗମରେ କାମ କରନ୍ତି।

ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ପ୍ରମିଳା ନାନା ପଓ୍ଵାର ନାମକ ଜଣେ ମହିଳାଙ୍କ ଦୁର୍ଦଶା ସେତେବେଳେ ସାମ୍ନାକୁ ଆସଲା ଯେତେବେଳେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

୧୯୯୫ ମସିହାରେ ପ୍ରମିଳାଙ୍କ ସ୍ୱାମୀ ମରିଯାଇଥିଲେ। ଉଭୟ ପୁଅ ସରକାରୀ ଚାକିରି କରିଥିଲେ ବି ପ୍ରମିଳା ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଏମିତିକି ତାଙ୍କ ପୁଅମାନେ କେଉଁଠି ରହୁଛନ୍ତି ସେ କଥା ବି ଜାଣିନଥିଲେ ପ୍ରମିଳା। ତେଣୁ ନିଜ ପାଇଁ ଦି ମୁଠା ଖାଦ୍ୟ ଯୋଗାଡ଼ କରିବାକୁ ସେ ବାଧ୍ୟ ହୋଇ ପର ଘରେ କାମ କରୁଥିଲେ।

ପ୍ରମିଳାଙ୍କ ଏହି ଦୁଃଖ କାହାଣୀକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲା । ଏହାପରେ ଏହି ଭିଡିଓକୁ ଦେଖି ନାସିକ ପୋଲିସ ଘଟଣାର ତଦନ୍ତ କରିଥିଲା। ପରେପରେ ତାଙ୍କର ଦୁଇ ପୁଅଙ୍କର ଠିକଣା ପାଇ ପାରିଥିଲା। ତେବେ ପୋଲିସର ହସ୍ତକ୍ଷେପ ପରେ ପ୍ରମିଳାଙ୍କୁ ତାଙ୍କ ଦୁଇ ପୁଅ ନିଜ ସହିତ ନେଇ ରଖିବା ପାଇଁ ରାଜି ହୋଇ ତାଙ୍କୁ ସାଙ୍ଗରେ ନେଇଥିଲେ।

Comment