ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୀପିକା ପାଦୁକୋଣ। ସେ ନିଜ ଅଭିନୟ ମାଧ୍ୟମରେ ଅନେକ ସଫଳତା ହାସଲ କରିସାରିଛନ୍ତି। ସେ କିଛିଦିନ ତଳେ ନିଜ ମେଟାଗାଲା ଲୁକକୁ ନେଇ କାଫି ଚର୍ଚ୍ଚାରେ ଥିଲେ।

ଦୀପିକା ନିକଟରେ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ମାଙ୍କର ଏକ ଫନି ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ତାଙ୍କ ମା ନିଜ ପରିବାର ସହ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ପୋଷ୍ଟ କରିବା ବେଳେ ଦୀପିକା ଲେଖିଛନ୍ତି ଯେ ଜାଣିପାରୁଥିବେ ମୋ’ ଭିତରେ ଅଭିନୟର କଳା କେଉଁଠୁ ଆସିଛି।

ଦୀପିକା ଲେଖିଛନ୍ତି ଯେ ଏବେ ଆମକୁ ଜଣାପଡ଼ିଲା ମୋ’ ଭିତରେ ଅଭିନୟର କଳା ମୋ ହିରୋ, ଆଙ୍କର, ରୋଲ ମଡେଲଠୁ ହିଁ ଆସିଛି। ଏହି ଭିଡିଓଟିକୁ ଦୀପିକା ନିଜ ଶାଶୂ ମା’ଙ୍କୁ ବି ଟ୍ୟାଗ୍ କରିଛନ୍ତି। ତେବେ ଏହି ଭିଡିଓଟିକୁ ଦୀପିକା ମଦର୍ସ ଡେରେ ପୋଷ୍ଟ କରିଛନ୍ତି। ଭିଡିଓରୁ ସ୍ପଷ୍ଟ ହେଉଛି ଦୀପିକା ତାଙ୍କ ମା’ଙ୍କ ସହିତ କାଫି କ୍ଲୋଜ।

Comment