ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ରୀଦେବୀଙ୍କ ଦେହାନ୍ତକୁ ଏକ ବର୍ଷରୁ ଅଧିକ ହୋଇଗଲାଣି। ଯେତେବେଳେ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଥିଲା ସେତେବେଳେ ତାଙ୍କ ଝିଅ ଜାହ୍ନବୀ ଅଭିନେତ୍ରୀ ବନିନଥିଲେ ଧଡକ ଫିଲ୍ମର ସୁଟିଂ ଚାଲିଥିଲା। ଏହାରି ଭିତରେ ଜାହ୍ନବୀ ଅଭିନେତ୍ରୀ ହୋଇସାରିଛନ୍ତି। କିନ୍ତୁ ଏମିତି ଲାଗୁଛି, ଯେମିତି ଛୋଟ ପିଲାଟିଏ ତା ମାକୁ ଖୋଜିଥାଏ ଠିକ୍ ସେମିତି ଆଜି ବିଶ୍ବ ମଦରର୍ସ ଡେରେ ଜାହ୍ନବୀ ନିଜ ମାଙ୍କୁ ଖୋଜୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏ ଇମୋସନାଲ ପୋଷ୍ଟ କରିଛନ୍ତି।

 

View this post on Instagram

 

Cherish them, listen to them, give them all the love in the world ❤️ Happy Mother’s Day

A post shared by Janhvi Kapoor (@janhvikapoor) on

ଜାହ୍ନବୀଙ୍କ ଏହି ପୋଷ୍ଟ ଯେକେହି ବି ଦେଖିବ ସେ ଇମୋସନାଲ ହୋଇଯିବ। ସେ ନିଜ ମାଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ଏହି ପୋଷ୍ଟରେ ସେ ମନକୁ ଛୁଇଁଲା ପରି ଏକ କ୍ୟାପସନ୍ ଲେଖିଛନ୍ତି। ସେ ଲେଖିଛନ୍ତି;“ତାଙ୍କୁ ସଜେଇରଖ, ତାଙ୍କର ସବୁକଥା ଶୁଣ, ତାଙ୍କୁ ଦୁନିଆର ସବୁ ଭଲପାଇବା ମିଳୁ, ହାପି ମଦର୍ସ ଡେ।”

ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ପିଲାବେଳର ଜାହ୍ନବୀ ନିଜ ମା କୋଳରେ ବସିଛନ୍ତି। ଏଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧି ହସୁଥିବା ନଜର ଆସିଛନ୍ତି। ସେପଟେ ନିଜ ଝିଅକୁ କୋଳରେ ଧରି ଶ୍ରିଦେବୀ ବି ଭାରି ସୁନ୍ଦର ଦେଖାଯାଉଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କାରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment