ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ମାଟିରେ ପହଞ୍ଚିଲେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ୱାଘା-ଅଟ୍ଟାରୀ ବର୍ଡର ଦେଇ ନିଜ ଜନ୍ମଭୂମିରେ ପହଞ୍ଚିଛନ୍ତି ଅଭିନନ୍ଦନ। ଆନୁଷ୍ଠାନିକ ଭାବେ ପାକିସ୍ତାନ ସରକାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିଛି।

ବିଏସ୍‌ଏଫ୍‌ ଓ ବାୟୁସେନାର ଅଧିକାରୀମାନେ ନିଜ ଦେଶକୁ ପାଛୋଟି ଆଣିଛନ୍ତି ଭାରତର ବୀର ପୁତ୍ର ଅଭିନନ୍ଦନଙ୍କୁ। ୬୦ ଘଣ୍ଟା ଧରି ଶତ୍ରୁ ଦେଶରେ ରହି ଫେରିଛନ୍ତି ଭାରତର ଲଢ଼ୁଆ ପୁଅ ଅଭିନନ୍ଦନ। ତାଙ୍କ ବାଟକୁ ଚାହିଁ ବସିଥିବା କୋଟି କୋଟି ଭାରତୀୟଙ୍କ ମୁହଁରେ ବର୍ତ୍ତମାନ ଖୁସିର ଲହରୀ ଖେଳିଯାଇଛି।

ଅଭିନନ୍ଦନଙ୍କ ଡାକ୍ତରୀ ଯାଞ୍ଚ ପରେ ତାଙ୍କୁ ଅମିୃତସର ଅଭିମୁଖେ ନିଆଯାଇଛି। ଅମୃତସରରୁ ବିମାନ ଜରିଆରେ ଅଭିନନ୍ଦନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Comment