ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତଟ ରେଳବାଇ ବିଭାଜନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ପୂର୍ବତଟ ରେଳବାଇ ଅଫିସ ସମ୍ମୁଖରେ ବିକ୍ଷୋଭ କରି ବିଜେଡି ନେତା ଓ କର୍ମୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ।

ପୂର୍ବତଟ ରେଳବାଇକୁ ବିଭାଜନ କରାଯାଇଥିବାରୁ ଓଡ଼ିଶା କ୍ଷତି ସହିବ ବୋଲି ବିଜେଡି ବିଧାୟକମାନେ କହିଥିଲେ।

“ରେଳବାଇ ଦ୍ୱାରା ଓଡ଼ିଶାର ବିକାଶ ହେବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ବିଭାଜନ ପ୍ରକ୍ରିୟା  ଏବେ ରାଜ୍ୟ ପାଇଁ ପ୍ରବଳ କ୍ଷତି ହେଉଛି। ଏଥିସହିତ କେନ୍ଦ୍ର ସରକାରଙ୍କ ନାରା ଥିବା ପୂର୍ବ ଭାରତ ବିକାଶ ଫିକା ପଡୁଛି। ଏଭଳି ବିକାଶ ଅସଲରେ ଵିକାଶ ନୁହେଁ ବିନାଶ ହେବାକୁ ଯାଉଛି”, କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।

ଏହି ବିକ୍ଷୋଭରେ ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଜୟ ମହାନ୍ତି, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Comment