ଓଡ଼ିଶାଲାଇଭ୍ ବ୍ୟୁରୋ

‘ଥାଳି ଧରି ଭିକ ମାଗିବା ଅପେକ୍ଷା, ଭାରତ ସହ ବନ୍ଧୁତା କର’

ଭାରତ-ପାକିସ୍ତାନ ବିବାଦ ଭିତରେ ବଡ଼ ବୟାନ ରଖିଛନ୍ତି ପାକ୍ ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ। ପାକିସ୍ତାନ ଆର୍ଥିକ, ରାଜନୈତିକ ଏବଂ ସୈନ୍ୟ କ୍ଷେତ୍ରରେ ଆମେରିକା ଉପରେ ନିର୍ଭରଶୀଳ ହେବା ଅପେକ୍ଷା ପଡ଼ୋଶୀ ଭାରତ ସହିତ ସମ୍ପର୍କ ମଜବୁତ ରଖିବା ଉଚିତ। ଆମେରିକା ଛଡ଼ା ଆଫଗାନିସ୍ତାନ, ଇରାନ ଏବଂ ଚୀନ ସହିତ ଉତ୍ତମ ସମ୍ପର୍କ ରଖିବା ଆବଶ୍ୟକ।

‘ଥିଙ୍କ୍ ଫେଷ୍ଟ’ ନାମକ କାର୍ଯ୍ୟକ୍ରମରେ ଯୋଗଦେଇ ହିନା ପାକିସ୍ତାନ-ଆମେରିକା ସମ୍ପର୍କ ଉପରେ ଏହି ବୟାନ ଦେଇଛନ୍ତି। ପାକିସ୍ତାନ ସର୍ବଦା ନିଜକୁ ପୂର୍ଣ୍ଣ ରାଜନୈତିକ ଭାଗିଦାରୀ ହେବାକୁ କଳ୍ପନା କରୁଛି, ଯାହା ଅସମ୍ଭବ। ‘ଡନ୍ ନ୍ୟୁଜ ଖବର ଅନୁସାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ହାତରେ ଭିକ୍ଷା ଥାଳି ଧରି ସମ୍ମାନ ହାସଲ କରିହେବନି।‘ 

୨୦୧୧ରୁ ୧୩ ପର୍ଯ୍ୟନ୍ତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଥିବା ହିନା ରବାନୀ ଆଉ ଏକ ଚାଞ୍ଚଲ୍ୟକର ବୟାନ ବି ଦେଇଛନ୍ତି। ଭାରତ ସହିତ ଯୁଦ୍ଧ କରି ପାକିସ୍ତାନ କେବେବି କଶ୍ମୀରକୁ ଛଡ଼ାଇ ଆଣିପାରିବନି। ଯଦି ଆମେ ଏପରି କରିପାରିବାନି କେବଳ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି କହିଛନ୍ତି। ଆପୋଷ ବୁଝାମଣା ହିଁ ଏକମାତ୍ର ବିକଳ୍ପ, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିପାରିବ।

Comment