ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ନିଜ ସ୍ୱର୍ଣ୍ଣ ପଦକ ସମର୍ପଣ କରିଛନ୍ତି ଭାରତୀୟ ରେସ୍‌ଲର। ଭାରତୀୟ ରେସଲର ବଜରଙ୍ଗ ପୁନିଆ ବୁଲଗେରିଆରେ ଚାଲିଥିବା ଡାନ କୋଲୋଭ-ନିକୋଲା ପେଟ୍ରୋଭ ଟୁର୍ଣ୍ଣାମେଣ୍ଟରେ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ରେସଲର୍‌ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ନିଜ ସ୍ୱର୍ଣ୍ଣ ପଦକ ସମର୍ପଣ କରିଛନ୍ତି।

ବଜରଙ୍ଗ ୬୫ କେଜି ଫ୍ରି-ଷ୍ଟାଇଲ୍ ବର୍ଗର ଫାଇନାଲରେ ଆମେରିକାର ଜୋର୍ଡନ୍ ଓଲିଭରଙ୍କୁ ୧୨-୩ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।ଏ ନେଇ ବଜରଙ୍ଗ କହିଛନ୍ତି, ଅଭିନନ୍ଦନ ମୋତେ ବହୁତ ପ୍ରଭାବିତ କରିଛନ୍ତି। ମୁଁ ତାଙ୍କୁ ସାକ୍ଷାତକରି ହାତ ମିଳାଇବାକୁ ଚାହୁଁଛି।

Comment