ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଟାଟୁକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପାଣ୍ଡ୍ୟା ନିଜ ହାତରେ ଓଡ଼ିଆ ସହିତ ୧୬ଟି ଭାଷାରେ ଟାଟୁ କରି ନିଜ ନାଁ ଲେଖିଛନ୍ତି। ବର୍ତ୍ତମାନ ପାଣ୍ଡ୍ୟାଙ୍କ ଏହି ଟାଟୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାର ଘେରକୁ ଆସିଥିବା ପାଣ୍ଡ୍ୟା ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ  ହାତରେ ନିଜ ନାମର ଟାଟୁ ଖୋଦେଇ ଚର୍ଚ୍ଚାକୁ ଆସିଛନ୍ତି ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଟାଟୁରେ ୧୬ଟି ଭାଷାରେ ‘ହାର୍ଦ୍ଦିକ’ ବୋଲି ଲେଖିଛନ୍ତି ସେ।

ସାଧାରଣତଃ ଟଙ୍କାରେ ଆମେ ଏଭଳି ଦେଖିବାକୁ ପାଇଥାଉ, ପାଣ୍ଡ୍ୟା ସେହିପରି ଟାଟୁରେ ନିଜ ନାମକୁ ଲେଖିଛନ୍ତି। ସବୁବେଳେ ନିଜ ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ସେ ଫ୍ୟାନ୍‌ମାନଙ୍କ ପ୍ରିୟ ସାବ୍ୟସ୍ତ ହୋଇଛନ୍ତି। ଶୁଣିବାକୁ ମିଳୁଛି ଏହି ଟାଟୁ ପାଣ୍ଡ୍ୟାଙ୍କ ଫ୍ୟାନମାନଙ୍କୁ ପସନ୍ଦ ଆସିନାହିଁ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି।

Comment