ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ତୃତିୟ ଦିନିକିଆ ଖେଳାଯିବ। ଭାରତୀଟ ଟିମ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଅଛି। ସେଥିଲାଗି ତୃତୀୟ ମ୍ୟାଚ୍‌ ଅନେକ ଗୁରୁତ୍ୱ ରଖୁଛି।

ଯଦି ଭାରତ ତୃତୀୟ ମ୍ୟାଚ୍‌ ଜିତିବ ତେବେ ସିରିଜ୍‌ ହାତେଇବ ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍‌ ରାଞ୍ଚିର ଜେଏସ୍‌ସିଏ ଷ୍ଟାଡିୟମରେ ଖେଳାଯିବ। ଯାହା ମହେନ୍ଦ୍ର ସିଂ ଧୋନୀଙ୍କ ଘରୋଇ ଷ୍ଟାଡିୟମ ଅଟେ। ଏହି କାରଣ ପାଇଁ ବି ମ୍ୟାଚ୍‌ର ଗରୁତ୍ୱ ବଢ଼ିଯାଇଛି।

ମ୍ୟାଚ୍‌ର ଗୋଟିଏ ଦିନ୍ ପୂର୍ବରୁ ଅର୍ଥାତ୍‌ ଗୁରୁବାର ନେଟ ପ୍ରାକ୍ଟସି କରିଛନ୍ତି ଖେଳାଳି। ଲଗାତାର ଦୁଇଟି ମ୍ୟାଚ୍‌ ଜିତିବାପରେ ଭାରତୀୟ ଟିମ୍‌ର ମନୋବଳ ଦୃଢ ଅଛି। ଖେଳାଳି ମାନେ ପଡ଼ିଆରେ ଛକା ମାରିବାର ଅଭ୍ୟାସ୍‌ କରିଛନ୍ତି।। ବିସିସିଆଇ ଖେଳାଳି ଛକା ମାରିବାର ଅଭ୍ୟାସ ଭିଡିଓକୁ ଟୁଇଟର ପେଜରେ ଶେୟାର କରିଛି।

ବିସିସିଆଇ ଯେଉଁ ଭିଡିଓ ଶେୟାର କରିଛି ସେଥିଲେ ମହେନ୍ଦ୍ର ସିଂ ଧୋନୀ, ଶିଖର ଧୱନ, ଭୁବନେଶ୍ୱର କୁମାରଙ୍କ ସହ ଚହଲ ବି ଛକା ମାରୁଥିବା ନଜର ଆସିଛନ୍ତି। ସବୁଠୁ ମଜାକଥା ଏହାକି ଏହି ୪ ଖେଳାଳି ଦିନିକିଆରେ ଏହି ଷ୍ଟାଡିୟମରେ କେବେ ବି ଛକା ମାରିନାହାନ୍ତି।

ଶୁକ୍ରବାରର ମ୍ୟାଚ୍‌ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଲାଗି ଅନେକ ଗୁରୁତ୍ୱ ରଖୁଥିବା ବେଳେ ଉଭୟ ଟିମ୍‌ ମ୍ୟାଚ୍‌ ଜିତିବା ଲାଗି ଅନେକ ଅଭ୍ୟାସ କରୁଛନ୍ତି।

Comment