ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତିରେ କୁକୁରଗୁଡ଼ିକ କାନ୍ଦୁଥିବାର ସମସ୍ତେ ଶୁଣିଥିବେ। ଏହାକୁ ଅଶୁଭ ବୋଲି ଲୋକେମାନେ ମନେ କରିଥାନ୍ତି। କୁକୁର ଭୋକିବାକୁ ଲୋକେମାନେ ଅଶୁଭ ବୋଲି ମନେ କରିଥାନ୍ତି। କେହି କେହି କୁହନ୍ତି କି ରାତିରେ କୁକୁର ଭୋକିଲେ କିଛି ଅଘଟଣ ଘଟିବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ କୁକୁର କାନ୍ଦିବାର ବି ଅନେକ କାରଣ ରହିଛି।

ଆତ୍ମା: ଜ୍ୟୋତିଷଙ୍କ କହିବା ଅନୁସାରେ ବିଳମ୍ବିତ ରାତିରେ ଯେତେବେଳେ ଆତ୍ମାଗୁଡ଼ିକ ନିକଟସ୍ଥ ଅଞ୍ଚଳରେ ବୁଲିଥାନ୍ତି କୁକୁରଗୁଡ଼ିକ ଦେଖିପାରିଥାନ୍ତି। ସେହି ସମୟରେ କୁକୁରମାନେ ଜୋରରେ କାନ୍ଦିବାରେ ଲାଗିଥାନ୍ତି। ଏହାକୁ ସତ୍ୟ ବୋଲି ମନେ କରାଯାଏ।

ଭୋକିବା: ଏହା ଉପରୁ ପରଦା ଉଠାଇବାକୁ ହେଲେ ସର୍ବପ୍ରଥମେ ଜାଣିବାକୁ ହେବ, ଯେତେବେଳେ କୁକୁର ହାଉଲ ବା ଭୋକିଥାଏ, ଏହାର ଅର୍ଥ କୁକୁର ତାହାର ବାର୍ତ୍ତା କାହାକୁ ଦେଉଛି। ହାଉଲ କରି ସେ ତାହାର ସନ୍ଦେଶ ନିଜର ସାଥୀଙ୍କ ପାଖକୁ ପହଞ୍ଚାଇଥାଏ।

ଏକଟୁଆ ରହିବା: କୁକୁରଗୁଡ଼ିକ କେବେ ବି ଏକୁଟିଆ ରହିବାକୁ ପସନ୍ଦ କରିନଥାନ୍ତି। ଯେତେବେଳେ ନିଜକୁ ଏକଟୁଆ ଅନୁଭବ କରିଥାନ୍ତି ସେତେବେଳେ ଜୋରରେ ଭୋକିବାରେ ଲାଗିଥାନ୍ତି।

ଯନ୍ତ୍ରଣା: ଯେତେବେଳେ ଗୋଟିଏ କୁକୁର ଜୋରରେ ଭୋକିଥାଏ ସେତେବେଳେ ତା’ର ଅନ୍ୟ ସାଥୀଙ୍କୁ ସ୍ଥାନ ବିଷୟରେ ଜଣାଇଥାଏ। ଏହାଛଡ଼ା ବୈଜ୍ଞାନିକଙ୍କ ମତ ଅନୁସାରେ ଯଦି କୁକୁର ଯନ୍ତ୍ରଣା ବା କଷ୍ଟ ଅନୁଭବ କରିଥାଏ ଜୋରରେ କାନ୍ଦିଥାଏ।

Comment