ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶୁ ମଧ୍ୟରେ କୁକୁର ସବୁଠାରୁ ବିଶ୍ୱସ୍ତ, ଏ କଥା ସମସ୍ତେ ଜାଣନ୍ତି।  ମାତ୍ର ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟର ସହରରେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯିଏକି ନିଜକୁ କୁକୁର ଭାବିଥାନ୍ତି। ଖାଲି ଯେ ନିଜକୁ କୁକର ଭାବନ୍ତି ତା’ ନୁହେଁ ସେ କୁକୁର ପରି ଭୁକିବା ସହିତ ତା’ପରି ବ୍ୟବହାର ମଧ୍ୟ କରିଥାନ୍ତି। ସେ ହେଉଛନ୍ତି ୩୭ ବର୍ଷିୟ କାଜ ଜେମ୍ସ। ଜେମ୍ସ ନିଜକୁ କେବେହେଲେ ମଣିଷ ବୋଲି ଭାବନ୍ତି ନାହିଁ। ତାଙ୍କୁ ନିଜକୁ ପପି(କୁକର ଛୁଆ) ପରି ମନେହୁଏ।

ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଦେଖିଲେ ସେ ସବୁବେଳେ ଭୁକିଥାନ୍ତି।  ସେ କୁକୁର ପରି ଦେଖାଯିବା ପାଇଁ ସ୍ୱତନ୍ତ୍ର ଭାବେ ଏକ ପୋଷାକ ତିଆରି କରିଛନ୍ତି। ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦ ହଜାର ଟଙ୍କା। ସେ ଗ୍ରେଟର ମଞ୍ଚେଷ୍ଟରରେ ଏକ ଦୋକାନର ମାଲିକ।  ଗ୍ରାହକଙ୍କୁ ନିଜ ଦାନ୍ତରେ ସେ ଜିନିଷ ଉଠାଇ ଦେଇଥାନ୍ତି। ତାଙ୍କ କହିବା ଅନୁଯାୟୀ, ସେ ଅନ୍ୟ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ତେଣୁ ସମାଜରେ ରହିବା ତାଙ୍କ ପକ୍ଷେ କଷ୍ଟକର। ‘ହାଓ ଟୁ ଟ୍ରେନ୍ ଏ ହ୍ୟୁମନ ପପ୍’ ନାମକ ଗୋଟିଏ ବହି ମଧ୍ୟ ସେ ଲେଖିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଜେମ୍ସ ଏପରି ଜୀବନ ବିତାଇବା ପାଇଁ ୨୦୦୫ରେ ନର୍କଫକ୍‌ରୁ ଗ୍ରେଟର ମଞ୍ଚେଷ୍ଟର ଚାଲିଆସିଛନ୍ତି।

Comment