ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ଏକ ନବଜାତ ମୃତ ଶିଶୁର ଶବକୁ ଘୋସାରି ଖାଇଲା କୁକୁର।

ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି ଏକ ଅବିଶ୍ୱସନୀୟ ଓ ସମ୍ବେଦନଶୀଳ ଘଟଣା। ବିଚ୍‌ ବଜାରରେ ଏକ ନବଜାତ ମୃତ ଶିଶୁର ଶବକୁ ଘୋସାରି ଖାଇଲା କୁକୁର। କେନ୍ଦ୍ରାପଡ଼ା ଟାଉନ ଥାନା ପାଖରୁ ପ୍ରାୟ ୩୦୦ ମିଟର ଅଞ୍ଚଳରେ ଏହି ଘଟଣା ଘଟିଛି। ପାଖରେ ରହିଛି ୩ଟି ନର୍ସିଂହୋମ ଓ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା। ତେବେ କେଉଁଠୁ ଆସିଲା ଏହି ମୃତ ଶିଶୁ?

କେନ୍ଦ୍ରାପଡ଼ା ସହରର ମନକରପୁର ଗାଁରେ ଶନିବାର ଅପରାହ୍ନରେ କେତେକ କୁକୁର ଏକ ଶିଶୁର ମୃତ ଦେହକୁ ପାଟିରେ ଧରି ଘୋସାରି ଆଣୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ପ୍ରଶାସନକୁ ଏ ବିଷୟରେ ଜଣାଇବାପରେ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଛିଥିଲା । କିନ୍ତୁ ମୃତ ଶିଶୁର ଶବକୁ ଠାବ କରିପାରିଲେ ନାହିଁ।

ମନକରପୁର ଗାଁ ନିକଟରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନା, କରୁଣା ନର୍ସିଂହୋମ, ଭଗବତୀ ନର୍ସିଂହୋମ ଓ ଦୁର୍ଗା ନର୍ସିଂହୋମ। ମେଡିକାଲରୁ ହୁଏତ ଜନ୍ମିତ ଶିଶୁଟି ମରିଯିବା ପରେ କେହି ରାସ୍ତା କଡ଼ରେ ଫିଙ୍ଗି ଦେଇପାରନ୍ତି କିମ୍ବା କାହାର ଅବାଞ୍ଛିତ ସନ୍ତାନକୁ କେହି ରାସ୍ତାକଡ଼କୁ ଫିଙ୍ଗି ଦେଇଥାଇ ପାରିନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଏ ପର୍ଯ୍ୟନ୍ତ ମୃତ ଶିଶୁ ଶବକୁ ଠାବ କରାଯାଇ ପାରିନାହିଁ ବୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ କହିଛନ୍ତି। ତେବେ ସ୍ଥାନୀୟ ଲୋକେ ଏପରି ଏକ ଅମାନବୀୟ ଘଟଣାର ତଦନ୍ତ ଦାବି କରିଛନ୍ତି।

Comment