ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ସ୍ପେନରେ ଏକ ଅମାନୁସିକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ମା’ଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୋଲିସ ନିକଟରେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି। କେବଳ ହତ୍ୟା ନୁହେଁ ବରଂ ହତ୍ୟା ପରେ କାଟିଥିବା ଟୁକୁଡ଼ାଗୁଡ଼ିକୁ ରୋଷେଇ କରି କୁକୁରଙ୍କୁ ଖାଇବାକୁ ଦେଇଥିଲା।

ଆଲବର୍ଟର ମା’ ମାରିଆ ନିଖୋଜ ହୋଇଥିବା ନେଇ ପୋଲିସ ମାରିଆଙ୍କ ଘରକୁ ଯାଞ୍ଚ ପାଇଁ ଆସିଥିଲା। ଯାଞ୍ଚ ବେଳେ ଅପରାଧ ସମ୍ପର୍କରେ ଜଣାପଡ଼ିଥିଲା। ମାରିଆଙ୍କ ଘର ଯାଞ୍ଚ ବେଳେ ପୋଲିସକୁ ୬ଟି ପ୍ଲାଷ୍ଟିକ ବ୍ୟାଗରେ ମାରିଆଙ୍କ ଶରୀରର କଟାଯାଇଥିବା ଅଙ୍ଗ ମିଳିଥିଲା।

ଅଭିଯୁକ୍ତ ଆଲବର୍ଟ ମାରିଆଙ୍କ ଶରୀରର ଅନେକ ଅଙ୍ଗ ଘରର ଡଷ୍ଟବିନରେ ପକେଇ ଦେଇଥିଲା। ଆଲବର୍ଟ ଆଗରୁ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। କିନ୍ତୁ କିଛି ଦିନ ପୂର୍ବରୁ କୌଣସି କାରଣବଶତଃ ସେ କାମ ଛାଡ଼ି ଦେଇଥିଲା। ସେ ଡ୍ରଗ୍ସ ମଧ୍ୟ ନେଉଥିଲା। ଘରୁ ମୂଲ୍ୟବାନ ଜିନିଷ ଚୋରି କରି ତାକୁ ବିକ୍ରି କରି ଡ୍ରଗ୍ସ କିଣୁଥିଲା ବୋଲି ଅଭିଯୁକ୍ତର ସାଙ୍ଗମାନେ ପୋଲିସକୁ କହିଛନ୍ତି।

ଅଭିଯୁକ୍ତ ପାଖାପାଖି ମାସେ ପୂର୍ବରୁ ମା’କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡ ପଛର କାରଣ କିନ୍ତୁ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଏହା ପୂର୍ବରୁ ମଧ୍ୟ ମା’ ସହ ଝଗଡ଼ା କରି ଅନେକଥର ଜେଲ ଯାଇଛି।                                                       

Comment