ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଙ୍ଗୁଠି ଯନ୍ତଣା ହେଲେ ଆଙ୍ଗୁଠିକୁ ଫୁଟାନ୍ତୁ ନାହିଁ। ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠିରେ ଥିବା ଏନାମେଲ ନଷ୍ଟ ହୋଇଥାଏ।

ଆଙ୍ଗୁଠି ବିନ୍ଧା ବା ଯନ୍ତ୍ରଣା ବହୁ କାରଣରୁ ହୋଇଥାଏ। ସ୍ନାୟୁ ଭିତ୍ତିକ ସମସ୍ୟା, ରକ୍ତ ସନ୍ତୁଳନ ଠିକ୍‌ ନରହିଲେ, ଗଣ୍ଠିରେ ମାଡ଼ ହୋଇଯାଇଥିଲେ ଆଙ୍ଗୁଠି ବିନ୍ଧା ହୋଇଥାଏ। ଥଣ୍ଡା ଜଳବାୟୁରେ ଏହି ସମସ୍ୟା ଅଧିକ ଦେଖାଦିଏ। ଆଙ୍ଗୁଠି ବିନ୍ଧା ହେଉଥିଲେ ଲୋକେ ସାଧାରଣତଃ ଆଙ୍ଗୁଠିକୁ ଫୁଟାଇଥାନ୍ତି। କିନ୍ତୁ ଆଙ୍ଗୁଠି ଫୁଟାଇଲେ କିଛି ସମୟ ପାଇଁ ବିନ୍ଧା ହୋଇ ନଥାଏ କିନ୍ତୁ ଏହାପରେ ଆଙ୍ଗୁଠି ପୁଣି ବିନ୍ଧିଥାଏ। ଏହା ଓଷ୍ଟିଓପୋରୋସିସ୍‌ର ଲକ୍ଷଣ।

ଜାଣନ୍ତୁ କିଛି ବ୍ୟାୟାମ କରି ଆପଣ ଆଙ୍ଗୁଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇପାରିବେ।

  • ଯଦି ଆଙ୍ଗୁଠି ଓ ଗଣ୍ଠିରେ ମାଡ଼ ହୋଇଯାଇଛି ତେବେ ଆଙ୍ଗୁଠି ଫୁଟାନ୍ତୁ ନାହିଁ। କିଛି ଭାରୀ ଜିନିଷ ବହନ କରନ୍ତୁ ନାହିଁ। ଆଙ୍ଗୁଠିକୁ ବିଶ୍ରାମ ଦିଅନ୍ତୁ।
  • ଧିରେ ଧିରେ ଆଙ୍ଗୁଠି ଚଳପ୍ରଚଳ କରନ୍ତୁ। ମୁଠା ଓ ସିଧା କରନ୍ତୁ। ଶରୀର, ଆଙ୍ଗୁଠିର ଷ୍ଟ୍ରେଚିଙ୍ଗ୍‌ କରନ୍ତୁ।
  • କମ୍ପ୍ୟୁଟର କିବୋର୍ଡରେ ଲଗାତାର କାମ କଲେ ଆଙ୍ଗୁଠି ବିନ୍ଧି ଥାଏ। ଟିକେ ଟିକେ ସମୟରେ ଆଙ୍ଗୁଠିକୁ ଷ୍ଟ୍ରେଚ୍‌ କରନ୍ତୁ। ଷ୍ଟେଚ୍‌ କରି ଉପର ତଳକୁ କରନ୍ତୁ ବା କଚୋଟିକୁ କ୍ଲକ୍‌ ୱାଇଜ ଓ ଆଣ୍ଟି କ୍ଲକ୍‌ ୱାଇଜ୍‌ ବୁଲାନ୍ତୁ।
  • ହାତକୁ ମଝିରେ ମଝିରେ ମୁଠା କରନ୍ତୁ। ଏହା ଏକ ସରଳ ଉପଚାର।
  • ଆଙ୍ଗୁଠିକୁ ଗରମ ପାଣିରେ ବୁଡ଼ାଇ ରଖନ୍ତୁ। ଗରମ ପାଣି ବ୍ୟବହାର କଲେ ଶୀଘ୍ର ଉପଶମ ମିଳିବ। ରକ୍ତର ପ୍ରବାହ ଠିକ୍‌ ରହିଥାଏ।
  • ଆଙ୍ଗୁଠିକୁ ପଛକୁ ଷ୍ଟ୍ରେଚ୍‌ କରନ୍ତୁ।
  • ଆଙ୍ଗୁଠିକୁ ଧିରେ ଧିରେ ମୋଡ଼ନ୍ତୁ।

ଯଦି ଏ ସମସ୍ୟା ସବୁବେଳେ ଦେଖାଦିଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Comment