ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

File Photo

ବିଜେପି ଦୁର୍ବଳ ଥିବା ସ୍ଥାନରେ ଅଧିକ ପର୍ଯ୍ୟାୟରେ ଭୋଟ କରାଯାଉଥିବା କହି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କଲା ବିଜେଡି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଟାର୍ଗେଟ। ଓଡ଼ିଶାରେ ୪ଟି ପର୍ଯ୍ୟାୟ ଭୋଟ ହେବା ନେଇ ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କୁ ସମାଲୋଚନା କରିଛି ବିଜେଡି। ଏମିତିକି ନିର୍ବାଚନ ଅଧିକାରୀ ବିଜେପି ସହ ପ୍ରଭାବିତ ହୋଇ ଏଭଳି ନିଷ୍ପତ୍ତି ନେଇଛି ବୋଲି ବିଜେଡି କହିଛି। ଏନେଇ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, “ଯେଉଁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ, ସେଠି ଅଧିକ ପର୍ଯ୍ୟାୟ ଭୋଟ କରାଯାଉଛି।ଆନ୍ଧ୍ରପ୍ରଦେଶ, ଗୁଜୁରାଟରେ ଅଧିକ ସିଟ୍‌ ଥିବା ସତ୍ତ୍ୱେ ସେଠି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। କିନ୍ତୁ ଓଡ଼ିଶାରେ ସେମାନଙ୍କଠୁ କମ୍‌ ସିଟ୍‌ ରହି ମଧ୍ୟ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି।”

ନିର୍ବାଚନ ଅଧିକାରୀ ବିଜେପି କଥାରେ ପ୍ରଭାବିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି।

Comment