ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୌଦ୍ଧ ଜିଲ୍ଲାରୁ ଜବତ ହୋଇଛି ୨ କୁଇଣ୍ଟାଲ୍ ଗଞ୍ଜେଇ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ନୂଆପାଲି ଶୁଲିଆ ଜଙ୍ଗଲରେ ପୋଲିସ ଚଢ଼ାଉ କରି ପ୍ରାୟ ୨ କୁଇଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିବା ବେଳେ ବାକି ୪ ଜଣ ଫେରାର୍‌ ହୋଇଯାଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଶୁଭ୍ରାଂଶୁ କର୍ମୀ। ପୋଲିସ ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଜବତ କରିଛି। ଅନ୍ୟପକ୍ଷରେ ଫେରାର ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଚଳାଇଛି।

Comment