ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଆଫ୍ରିକାରେ ଗୋଟିଏ ଘୁଷୁରୀ ଦୁନିଆରେ ଚର୍ଚ୍ଚାରେ ରହିଛି। ଏହି ଘୁଷୁରୀ କୌଣସି ସାଧାରଣ ଘୁଷୁରୀ ନୁହେଁ ସେ ବହୁତ ଭଲ ପେଣ୍ଟର ନାମରେ ଲୋକଙ୍କ ମଧ୍ୟରେ ନିଜର ପରିଚୟ କରିପାରିଛି। ସେ ନିଜ ମୁହଁରେ ତୁଳି ଧରି ବିଭିନ୍ନ ପ୍ରକାର ପେଣ୍ଟିଂ କରୁଛି। ସେହି ପେଣ୍ଟିଂ ଗୁଡିକ ବହୁତ ଦାମରେ ମଧ୍ୟ ବିକ୍ରି ହେଉଛି।

ସେହି ପେଣ୍ଟିଂର ପ୍ରଦର୍ଶନୀରେ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ନାମ ପିକାସୋରୁ ପ୍ରେରଣା ପାଇ ପିଗକାସୋ ରଖାଯାଇଛି। ପିଗକାସୋ ଏବେ ପର୍ୟ୍ୟନ୍ତ ବହୁତ ପେଣ୍ଟିଂ ବନାଇ ସାରିଛି। ତାହାର ପେଣ୍ଟିଂ ଅନ୍ୟ ଦେଶରେ ବିକ୍ରି ମଧ୍ୟ ହେଉଛି। ଏହି ପେଣ୍ଟିଂ ଗୁଡିକ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି, ଯାହାଫଳରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି।

ପିଗକାସୋକୁ ତାହାର ଭଉଣୀ ରୋଜି ସହିତ ଦକ୍ଷିଣ ଆଫ୍ରିକାର ସ୍ଲାଟର ହାଉସରେ ଯିବାକୁ ସେତେବେଳେ ରକ୍ଷା କରାଯାଇଥିଲା ଯେତେବେଳେ ସେ ଦୁଇ ମାସରେ ହୋଇଥିଲା। ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ତାର ଦାନ୍ତରେ ତୁଳି ଧରାଇଦିଆଯାଏ ସେତେବେଳେ ସେ ସେହି ତୁଳିରେ ବିଭିନ୍ନ ପ୍ରକାରର ଆବଷ୍ଟ୍ରେକ୍ଟ ପେଣ୍ଟିଂ ତିଆରି କରିନେଇଥାଏ।

ପିଗ୍‌କାସୋର ଏହି ପେଣ୍ଟିଂର ନାମ ଆମାଜନ ରଖାଯାଇଛି। ପିଗକାସୋ.ମାଇଁସୋଫି.କମ୍ ନାମକ ସାଇଟରେ ତାହାର ଅଧିକାଂଶ ପେଣ୍ଟିଂ ପ୍ରଦର୍ଶନୀ କରାଯାଇଛି। ଏହି ସାଇଟରେ ପିଗକାସୋ ବନାଇଥିବା ୬୪ଟି ପେଣ୍ଟିଂକୁ ରଖା ଯାଇଛି। ପେଣ୍ଟିଂ ସହିତ ତାର ଦାମ ମଧ୍ୟ ରଖା ଯାଇଛି। ଏହି ପେଣ୍ଟିଂକୁ ଅଲଗା ଅଲଗା ନାମରେ ଏହି ସାଇଟରେ ପ୍ରଦର୍ଶନୀ କରାଯାଇଛି।

ପିଗ୍‌କାସୋର ୨୧ ମାସର ଅଟେ। ସେ ଦୁନିଆର ଏକମାତ୍ର ପିଗ୍ ପେଣ୍ଟର ଭାବେ ପରିଚୟ ପାଇଛି। ନିକଟରେ ତାର ଆର୍ଟକୁ ୩୦୦୦ ପାଉଣ୍ଡରେ ବିକ୍ରି କରାଯାଇଛି। ସେହିଭଳି ତାର ଅନେକ ପେଣ୍ଟିଂ ୪୪ ଦେଶରେ ବିକ୍ରି ହୋଇସାରିଲାଣି। ଯେଉଁଥିରେ ବ୍ରିଟେନ, ଆମେରିକା, ସାଉଥ କୋରିଆ ଏବଂ ମାଲେସିଆ ସାମିଲ ରହିଛି। ଏବେ ସେହି ପେଣ୍ଟିଂର ଦାମ ୪୦୦୦ ପାଉଣ୍ଡ ପର୍ଯ୍ୟନ୍ତ ପହଁଚିଗଲାଣି। ପିଗ୍‌କାସୋର ମାଲିକାଣୀ ହେଉଛନ୍ତି ଜୋୟେନ ଲେଫସନ।

Comment