ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାର ଜଣେ କିନ୍ନର ବାୟଲୀ ସିମପସନ୍ ସନ୍ତାନ ପ୍ରାପ୍ତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଛୁଆ ଜନ୍ମ ହେବାର ୬ ମାସ ପରେ ସେ ଗର୍ଭଧାରଣରୁ ଆଜି ପର୍ଯ୍ୟନ୍ତ କଠିନ ସମୟକୁ ନେଇ ଜନତାଙ୍କୁ କହିଥିଲେ। ବାୟଲୀଙ୍କ କହିବାନୁସାରେ ଗର୍ଭଧାରଣର ସମୟ ଅତ୍ୟନ୍ତ କଷ୍ଟକର। ଏବେ ତାଙ୍କ ସନ୍ତାନ ୬ ମାସର ହୋଇଗଲାଣି।

ପ୍ରଥମେ ପ୍ରଥମେ ବାୟଲୀଙ୍କୁ ଯେତେବେଳେ ଗର୍ଭବତୀ ହେବା କଥା ଜଣାପଡ଼ିଲା ସେ ଚକିତ ହୋଇଯାଇଥିଲେ। ଏହାର କାରଣ ଯେତେବେଳେ ପୁଅରୁ ଝିଅ ହେବା ପ୍ରକ୍ରିୟାରେ ତାଙ୍କର ମାସିକ ଧର୍ମ ହେବା ବନ୍ଦ ହୋଇଯାଇଥିଲା। ମାସିକ ଧର୍ମ ବନ୍ଦ ହେବା ପରେ ଡାକ୍ତର ତାଙ୍କୁ କେବେବି ମା’ ନ ହୋଇ ପାରିବା କଥା କହିଥିଲେ। କିନ୍ତୁ ଟେସଟୋସଟେରାନ୍ ଥେରାପି ମାଧ୍ୟମରେ ଫେବୃୟାରୀ ୨୦୧୮ ମସିହାରେ ସେ ଗର୍ଭଧାରଣା କରିବା କଥା ଜାଣି ଆଶ୍ଚର୍ଯ୍ୟ  ହୋଇଯାଇଥିଲେ।

ସେ କହିଥିଲେ ଯେ ପୁରୁଷରୁ ମହିଳାରେ ପରିବର୍ତ୍ତନ ହେବା ପ୍ରକ୍ରିୟା ସମୟରେ ମୋତେ ଲୋକଙ୍କ ଠାରୁ ଖୁବ୍ ଗାଳି ଶୁଣିବାକୁ ପଡିଥିଲା। ବାୟଲୀ ସିଜରିଆନ୍ ପ୍ରକ୍ରିୟାରେ ପୁଅକୁ ଜନ୍ମ ଦେଇଥିଲେ। ତାଙ୍କ ପୁଅ ନାଁ ରୋବନ୍ ରଖାଯାଇଛି। ବାୟଲୀଙ୍କ କହିବାନୁସାର , ଜଣେ ପୁରୁଷ ଗର୍ଭବତୀ ଥିବା ଖୁବ୍ କମ୍ ଲୋକ ଦେଖିଥିବେ। ଯେତେବେଳେ ମୁଁ ରାସ୍ତାରେ ଯାଉଥିଲି ଲୋକ ମୋତେ ଟାହିଟାପରା କରୁଥିଲେ । ସେ ସନ୍ତାନ ଜନ୍ମ କରିବା ସମୟରେ ଖୁବ୍ କଷ୍ଟ ସହିଥିଲେ। ଭବିଷ୍ୟତରେ ପୁନର୍ବାର ଗର୍ଭଧାରଣ କରିବା ପାଇଁ ଇଚ୍ଛୁକ ନଥିବା କହିଛନ୍ତି ବାୟଲୀ।

Comment