ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଦୁଇ ଦୁଇ ଥର ବିଜେଡି ପକ୍ଷରୁ ଟିକେଟ୍‌ ପାଇଁ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପ୍ରତ୍ରଙ୍କୁ ଏଥର ଟିକେଟ୍‌ ମିଳିବ କି ନାହିଁ ସେ ନେଇ ଆଶା ଆଶଙ୍କା ଲାଗି ରହିଛି। ତେବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ସିଦ୍ଧାନ୍ତ ଆଜି ବଡ଼ ପ୍ରତିକ୍ରିୟା ରଖିଛିନ୍ତି। ନିଜ ପ୍ରତିକ୍ରିୟାରେ ସିଦ୍ଧାନ୍ତ ବ୍ରହ୍ମପୁର ବିଧାୟକ ରକେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି।

ସିଦ୍ଧାନ୍ତ କହିଛନ୍ତି, “ ଆଗାମୀ ନିର୍ବାଚନରେ ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯିବାର ଆବଶ୍ୟକତା ରହିଛି। ଯଦି ତାଙ୍କୁ ବିଜେଡି ଟିକେଟ୍‌ ନଦେବ ତେବେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇପାରନ୍ତି। ଏହା ଦ୍ୱାରା ବ୍ରହ୍ମପୁରରେ ଭୋଟ ବିଭାଜନ ହେବ।”

ଅନ୍ୟପକ୍ଷରେ ସିଦ୍ଧାନ୍ତ କହିଛନ୍ତି, ଚଳିତ ନିର୍ବାଚନରେ ୪ଥର ହାରିଥିବା ପ୍ରାର୍ଥୀଙ୍କ ବଦଳରେ ୫ ଥର ବିଜୟୀ ହୋଇଥିବା ବ୍ୟକ୍ତି ପ୍ରାର୍ଥୀ ହେବା ଦରକାର।

Comment