ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ସଂଙ୍କେତ ଦେବା ପରେ ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବିଜେଡି କୌଣସି ସମୟରେ ବି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ସେ ନେଇ ନବୀନ ନିବାସରେ ଘନଘନ ବୈଠକ ବସୁଛି। କାହାକୁ କେଉଁଠୁ ଟିକେଟ ମିଳିବ ସେ ନେଇ ଅଙ୍କକଷା ଚାଲିଛି।
ରବିବାର ନବୀନ ନିବାସରେ ଅନେକ ନେତା ସାମିଲ ହୋଇଥିଲେ। ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ନେତା,ବିଧାୟକ, ସାଂସଦ, ସମର୍ଥକ ଆସି ପହଞ୍ଚିଥିଲେ ନବୀନ ନିବାସରେ ।
ରବିବାର ମୁଖ୍ୟମନ୍ତ୍ରୀ କହିଛନ୍ତି କି, “ମୋତେ ପଶ୍ଚିମ ଓଡ଼ିଶାର ସମସ୍ତ ଚାଷୀ, ମହିଳା ଓ ନେତା ଅନୁରୋଧ କରିଛନ୍ତି, ସେଠାରୁ ନିର୍ବାଚନ ଲଢ଼ିବା ଲାଗି। ମୁଁ ଏ ନେଇ ବିଚାର କରୁଛି।”
ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ସଂଙ୍କେତ ଦେବା ପରେ ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁପ୍ରିମୋଙ୍କ ସଙ୍କେତ ପରେ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତା କହିଛନ୍ତି ଯଦି ସଭାପତି ନିର୍ବାଚନ ଲଢ଼ିବେ ତେବେ ଏହା ପଶ୍ଚିମ ଓଡ଼ିଶା ଲାଗି ଅନେକ ଫାଇଦା ଦେବ।
ତେବେ କେଉଁ ଜିଲ୍ଲା ଓ କେଉଁ ଆସନରୁ ସୁପ୍ରିମୋ ଲଢିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।


















