ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଯାଜପୁର ସମେତ ଏହାର ଆଖପାଖ ଅଞ୍ଚଳରେ କୁଆପଥର ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ସହ କୁଆପଥର ମାଡ଼ ହୋଇଛି। ଯାଜପୁରସ୍ଥିତ ମଙ୍ଗଳପୁର, ବିଞ୍ଝାରପୁର, ଯାଜପୁର ଟାଉନ୍‌ ସମେତ ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଛି। ଯାଜପୁର ସମେତ ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ମଧ୍ୟ ଝଡ଼ବର୍ଷା ହୋଇଛି।

ଆଉ ଦୁଇଦିନ ଅର୍ଥାତ ବୁଧବାର ଏବଂ ଗୁରୁବାର ପାଗ କୋହଲା ରହିବ।

ଅନ୍ୟପଟେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଲାଗି ରହିବ।

ହେଲେ ମାର୍ଚ୍ଚ ୨୨ଠାରୁ ରାଜ୍ୟରେ ତାତି ବଢ଼ିବାର ଅନୁମାନ କରାଯାଉଛି।

Comment