ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା। ଓଡ଼ିଶାରେ ୧୦ଟି ଲୋକସଭା ଓ ୯୯ଟି ବିଧାନସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହା ପରେ ଆରମ୍ଭ ହେବ ନିର୍ବାଚନୀ। ଏହାର ଶୁଭାରମ୍ଭ କରି ଆସନ୍ତା ମାର୍ଚ୍ଚ ୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦକ୍ଷିଣ ଓଡ଼ିଶାରେ  ମୋଦିଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୯ତାରିଖରେ ମୋଦି କୋରାପୁଟର ଜୟପୁରଠାରେ ଏକ ବିଶାଳ ନିର୍ବାଚନୀ ସମାବେଶରେ ଯୋଗଦେବେ। ବିଜେପି ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ମୋଦି ନିର୍ବାଚନ ପ୍ରଚାର କରିବେ ବୋଲି ଶୁଣିବାକୁ ମିଳୁଛି। ନିର୍ବାଚନ ତାରିଖ ତଥା ପ୍ରାର୍ଥିପତ୍ର ତାଲିକା ଘୋଷଣା ହେବାପରେ ଏହା ହେବ ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ।

Comment