ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକେ ସକାଳ ଭୋଜନରେ ବ୍ରେଡ୍‌ ସହ ଜାମ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଜଲଦି ପ୍ରସ୍ତୁତ ହୋଇ ପାରୁଥିବାରୁ ଲୋକେମାନେ ନିଜ ପିଲାମାନଙ୍କୁ ସକାଳ ଭୋଜନରେ ଏହା ଖାଇବାକୁ ଦେଇଥାନ୍ତି। ଭାରତୀୟ ପରିବାରରେ ଅଧିକାଂଶ ଲୋକଙ୍କର ବ୍ରେଡ୍‌ ଜାମ୍‌ ଫେଭ୍‌ରେଟ୍‌ ବ୍ରେକଫାଷ୍ଟ ମଧ୍ୟରେ ଗୋଟିଏ। କିନ୍ତୁ ପ୍ରାୟତଃ ଜାଣି ନାହାନ୍ତି ପ୍ରତିଦିନ ବ୍ରେଡ୍‌ ଜାମ୍‌ ଖାଇଲେ କ୍ଷତି କ’ଣ ହୋଇଥାଏ।

ସାଧାରଣତଃ ଜାମ୍‌ରେ ଚିନିର ମାତ୍ରା ଅଧିକ ଥାଏ ଯାହାକି ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଗୋଟେ ଚାମଚ ଜାମ୍‌ ୨ ଚାମଚ ଚିନି ସହ ସମାନ। ନିୟମିତ ଭାବେ ଜାମ୍‌ ଖାଇବା ଦ୍ୱାରା ମୋଟା ହେବାର ସମ୍ଭାବନା ରହିଥାଏ।

କେବଳ ଜାମ୍‌ ନୁହେଁ ଟମାଟୋ କେଚ୍‌ଅପ୍‌ ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ଫୁଡ୍‌ରେ ଆର୍ଟିଫିସିଆଲ ମିଠାର ବ୍ୟବହାର କରାଯାଇଥାଏ। ମିଠା ଅଧିକ ହୋଇଥିବାରୁ ପିଲାଙ୍କ ପେଟ ପୁରିଲା ଭଳି ଲାଗିଥାଏ। ଯାହାଫଳରେ ପିଲାମାନେ ଠିକ୍‌ ସମୟରେ ଖାଇ ନଥାନ୍ତି।

ଯେଉଁ ପିଲା ନିୟମିତ ଭାବେ ବ୍ରେଡ୍‌ ଜାମ୍‌ ଖାଇଥାନ୍ତି। ସେହି ପିଲାମାନଙ୍କର ମୋଟାପଣ ହେବା ସହ ହୃଦୟ ଜନିତ ଆଶଙ୍କା ବଢ଼ିଥାଏ।

Comment