ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଟୁଇଟର ଇଣ୍ଡିଆ ପ୍ରସ୍ତୁତ କରିଛି ଏକ ବିଶେଷ ଇମୋଜି। ନିର୍ବାଚନ ସମ୍ବନ୍ଧିତ ଚର୍ଚ୍ଚାରେ ଭାଗ ନେବା ତଥା ନିର୍ବାଚନରେ ଭୋଟ୍ ଦେବା ପାଇଁ ଭୋଟର୍‌ଙ୍କୁ ପ୍ରୋତ୍ସାହନ କରିବା ପାଇଁ ଟୁଇଟର୍‌ ଏହି ଇମୋଜିର ଶୁଭାରମ୍ଭ କରିଛି। ଓଡ଼ିଆ ଭାଷା ସହିତ ମୋଟ ୧୨ଟି ଭାଷାରେ ଟୁଇଟର ଏହି ଇମୋଜିକୁ ପ୍ରସ୍ତୁତ କରିଛି।

ଭାରତର ପାର୍ଲିଆମେଣ୍ଟର ଛବି ଥିବା ଏହି ଇମୋଜି ୧୨ଟି ଭାଷାରେ ଉପଲବ୍ଧ ହେବ। ହିନ୍ଦି, ଇଂରାଜୀ, ବଙ୍ଗାଳି, ଗୁଜୁରାତୀ, କନ୍ନଡ, ମଲୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ଇମୋଜ୍‌ ପ୍ରସ୍ତୁତ ହୋଇଛି। ୩୧ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଏହି ଇମୋଜି ଟୁଇଟର୍‌ରେ ଉପଲବ୍ଧ ହେବ।

ଏହି ଇମୋଜିକୁ ବ୍ୟବହାର କରିବା ପାଇଁ ଟୁଇଟର୍‌ରେ ନିମ୍ନ ଲିଖିତ ହାସ୍‌ଟ୍ୟାଗ୍‌ ବ୍ୟବହାର କରିବାକୁ ପଡ଼ିବ #LokSabhaElections2019, #IndiaDecides2019, #IndiaElections2019,  #लोकसभाचुनाव2019, #লোকসভানিৰ্বাচন, #લોકસભાચૂંટણી, #ಲೋಕಸಭೆಚುನಾವಣೆ, #ലോക്സഭാതെരെഞ്ഞെടുപ്പ്, #लोकसभानिवडणूक, #ଲୋକସଭାନିର୍ବାଚନ, #ਲੋਕਸਭਾਚੋਣਾਂ, #நாடாளுமன்றதேர்தல், #లోక్‌సభఎన్నికలు, and لوک_سبھا_انتخابات#

ଏହା ବ୍ୟତୀତ, ଭାରତୀୟ ନିର୍ବାଚନ ଆୟୋଗ ଶୁକ୍ରବାର ମାଇକ୍ରୋ ବ୍ଲଗିଂ ସାଇଟ୍‌ରେ ସାମିଲ ହୋଇଛନ୍ତି। ଭୋଟରମାନଙ୍କୁ ସଚେତନତା କରିବା ପାଇଁ ‘ବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନରେ ଅଂଶ ଗ୍ରହଣ’ (SVEEP) କାର୍ଯ୍ୟକ୍ରମକୁ ଲଞ୍ଚ କରିଛନ୍ତି।

Comment