ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ‘ନଦୀ ବଞ୍ଚାଅ’ ଶୀର୍ଷକ ଏକ ଦୁଇଦିନିଅ। କର୍ମଶାଳା ଆୟୋଜିତ ହୋଇଛି। ପ୍ରୟାସ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି  ଆଲୋଚନାଚକ୍ରରେ ଜଳ ଜମି ଜଙ୍ଗଲ ପରି ନଦୀଗୁଡିକର ମଧ୍ୟ ସଂରକ୍ଷଣର ଅ।ବଶ୍ୟକତା ରହିଛି ବୋଲି ବକ୍ତାମାନେ ମତ ରଖିଥିଲେ।

“ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ପ୍ରାକୃତିକ ବୈଭବ କୁ ନେଇ ଅ।ମେ ଗର୍ବ ଅନୁଭବ କରିଥାଉ। ମାତ୍ର ଅ।ଜି ସେ ଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ର ଅ।ବଶ୍ୟକତା ରହିଛି” ବକ୍ତାମାନେ ମତ ରଖିଥିଲେ।

ଜଙ୍ଗଲ ଓ ପରିବେଶ ର ସୁରକ୍ଷା ହୋଇପାରିଲେ ଚିରସ୍ରୋତା ନଦୀ ସମୂହ ମଧ୍ୟ ସଂରକ୍ଷିତ ହୋଇ ରହିପାରିବ ବୋଲି ଏହି କର୍ମଶାଳାର ଅ।ବାହକ ରଞ୍ଜନ ପଣ୍ଡା ମତ ରଖିଥିଲେ।

ଏହି କର୍ମଶାଳା ୨ ଦିନ ଧରି ଚାଲିବା। ସୋମବାର ଏହି କର୍ମଶାଳା ଉଦଯାପିତ ହେବ। ଓଡିଶା ନଦୀ ବଞ୍ଚାଅ ଅଭିଯାନ ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରୁ ବାହାରିଥିବା ନଦୀଗୁଡିକର ସୁରକ୍ଷା ଏବଂ ସଂରକ୍ଷଣ ର ଅ।ବଶ୍ୟକତା ରହିଥିବା କଥା ଅ।ଲୋଚନାଚକ୍ରରେ ଅଂଶଗ୍ରହଣ କରି ଅ।ଲୋଚକମାନେ ମତ ରଖିଥିଲେ। ମୟୂରଭଂଜ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସ୍ଵେଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Comment