ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ମଣିଷ ନିଜ ସୁନ୍ଦରତାକୁ ନେଇ ସଜାଗ ରହିଥାଏ। କେବଳ ତ୍ୱଚା ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ ସୁନ୍ଦର ରଖିବାକୁ ପ୍ରତି ମଣିଷର ଇଚ୍ଛା ଥାଏ। ଅଧିକାଂଶ ଲୋକଙ୍କର କାଖ ତଳ ବା କାଖ ସନ୍ଧି କଳା ପଡ଼ିଥାଏ। ଅଧିକ ଝାଳ ବୋହିଲେ କାଖର ତଳପାଖ ବା କାଖ କଳାପଡ଼ିଥାଏ। କାଖ ତଳ କଳା ପଡ଼ିବାର ମୁଖ୍ୟ କାରଣ ହେଉଛି ସେଭିଙ୍ଗ୍‌, ମୃତ କୋଷ, ଡିଓ ବା ପରଫ୍ୟୁମ୍‌ର ଅଧିକ ପ୍ରୟୋଗ, ହରମୋନ ଅସନ୍ତୁଳନ ଓ ଅପରିଷ୍କାର ରହିଲେ। କାଖ ତଳ କଳା ପଡ଼ିଥିଲେ ସ୍ଲିଭ୍‌ ଲେସ୍‌ ପୋଷାକ ପିନ୍ଧିବାକୁ ପଛଘୁଞ୍ଚା ଦେଇଥାନ୍ତି। କାଖ ତଳ କଳା ହୋଇଥିଲେ ନିଜ ଆତ୍ମବିଶ୍ୱାସ ଓ ଡ୍ରେସିଙ୍ଗ୍‌ ଷ୍ଟାଇଲ୍‌ ଉପରେ ଫରକ୍‌ ପଡ଼ିଥାଏ।

ମାର୍କେଟ୍‌ରେ ମିଳୁଥିବା କେମିକାଲ ସାମଗ୍ରୀ ବ୍ୟବହାର କଲେ ଏହାର ସାଇଡ୍‌ଇଫେକ୍ଟ ତ୍ୱଚା ଉପରେ ପଡ଼ିଥାଏ। ଫଳରେ କାଖ ତଳ କୁଣ୍ଡାଇ ହେବା ଭଳି ସମସ୍ୟା, ଲାଲ ପଡ଼ିଯିବା, ଫଳିଯିବା ଭଳି ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ କିଛି ଘରୋଇ ଉପାୟରେ କାଖ ତଳରୁ କଳା ଦାଗ ହଟେଇ ପାରିବା।

ବେକିଂ ସୋଡା

ବେକିଂ ସୋଡା ମୃତ କୋଷିକା ହଟାଇ ନୂଆ କୋଷିକା ତିଆରି କରିବାରେ ଲାଭଦାୟକ ହୋଇଥାଏ। ବେକିଂ ସୋଡାର ବ୍ଲିଚିଂ ପ୍ରପଟି କଳା ଦାଗକୁ ହଟାଇବାରେ ସାହାର୍ଯ୍ୟ କରିଥାଏ। ବେକିଂ ସୋଡାରେ ଖାର ଅଂଶ ଥିବାରୁ ଏହା ତ୍ୱଚାର ପିଏଚ୍‌ ଲେବୁଲକୁ ସନ୍ତୁଳନ ରଖିଥାଏ। ଏହାସହ ଦୁର୍ଗନ୍ଧକୁ ରୋକିଥାଏ।

ବେକିଂ ସୋଡା-ପାଣି: ବେକିଂ ସୋଡାକୁ ପାଣିରେ ମିଶାଇ ପେଷ୍ଟ ବନାନ୍ତୁ। ଧିରେ ଧିରେ କାଖ ତଳେ ମସାଜ୍‌ କରନ୍ତୁ। ଏବଂ ୧୫ ମିନିଟ୍‌ ଯାଏଁ ଛାଡ଼ି ଦିଅନ୍ତୁ। ଉଷୁମ୍‌ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ରୁ ୩ ଥର ବ୍ୟବହାର କରନ୍ତୁ।

ବେକିଂ ସୋଡା-ନଡ଼ିଆ ତେଲ: ବେକିଂ ସୋଡାକୁ ନଡ଼ିଆ ତେଲରେ ମିଶାଇ ଲଗାନ୍ତୁ। ନଡ଼ିଆ ତେଲ ତ୍ୱଚାକୁ କୋମଳ ରଖିବା ସହ ସୋଡା କଳା ଦାଗ ଦୂର କରିଥାଏ।

ବେକିଂ ସୋଡା-କ୍ଷୀର: କ୍ଷୀରରେ ଲାକ୍ଟିକ୍‌ ଏସିଡ୍‌ ଥାଏ ଯାହା ମୃତ କୋଷକୁ ହଟାଇଥାଏ।

ବେକିଂ ସୋଡା-ଲେମ୍ବୁ: ଲେମ୍ବୁ ରସରେ ଭିଟାମିନ୍‌ ସି ଥାଏ ଯାହା ଚର୍ମକୁ ସୁସ୍ଥ ରଖିଥାଏ। ଏହା ସ୍କିନ୍‌କୁ ସଫା ରଖିବା ସହ ଚର୍ମରୁ କଳା ଦାଗ ହଟାଇଥାଏ। ବେକିଂ ସୋଡାକୁ ଲେମ୍ବୁ ରସରେ ମିଶାଇ ପେଷ୍ଟ ବନାନ୍ତୁ, ଏହାକୁ ଧିରେ ଧିରେ କାଖ ତଳେ ମସାଜ୍‌ କରନ୍ତୁ। ୧୦ ମିନିଟ୍‌ ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଦୁଇଥର କରନ୍ତୁ ଏବଂ ଫରକ୍‌ ଦେଖନ୍ତୁ।

ବେକିଂ ସୋଡା-ଟମାଟୋ: ଟମାଟୋରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ। ଏହା ନଷ୍ଟ ହୋଇଯାଇଥିବା ସ୍କିନ୍‌କୁ ଠିକ୍‌ କରିଥାଏ। ୨ ଚାମଚ ଟମାଟେ ରସରେ ବେକିଂ ସୋଡାକୁ ମିଶାଇ ଲଗାନ୍ତୁ। ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ। କମ୍‌ ଦିନରେ ଫରକ୍‌ ନଜର ଆସିବ।

Comment