ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ। ଏହା ଏକ ଶାଶ୍ଵତ ଅନୁଭବ। କେତେବେଳେ କେଉଁଠି କାହା ସହିତ ହୋଇଯିବ ତା’ କେହି ବି ଜାଣିନଥାନ୍ତି। ପ୍ରେମ ସମ୍ପର୍କ ଯେତିକି ସୁଖଦାୟକ ତା’ଠୁ ବେଶୀ ଦୁଃଖଦାୟକ ଏଥିରେ ବିରହ। ସମାଜରେ ଏ ସମ୍ପର୍କକୁ ନେଇ ଥିବା କେତେକ ପ୍ରତିବନ୍ଧକ ଯୋଗୁଁ ଅନେକ ପ୍ରେମୀଯୁଗଳ ଆତ୍ମହତ୍ୟା କରୁଛନ୍ତି।  ଏକାଠି ନବଞ୍ଚିପାରିବାର ଭୟରେ ଏକାଠି ମରିବାକୁ ପସନ୍ଦ କରୁଛନ୍ତି ପ୍ରେମୀଯୁଗଳ। ଏମିତି ଏକ ବିଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଚିଲକପଦର ପଂଚାୟତର ଛଟାଗୁଡା ଗ୍ରାମରେ।

ଜାତିଗତ ପ୍ରଭେଦ ଯୋଗୁଁ ଏକାଠି ନହୋଇ ପାରିବା ଭୟରେ ପ୍ରେମୀଯୁଗଳ ଏକତ୍ର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ପ୍ରେମିକ ହେଲେ ଇନ୍ଦ୍ର ଗଣ୍ଡ ଓ ପ୍ରେମିକା ହେଲେ ସୁଶିଳା କଲାର।

ଉଭୟେ ଗ୍ରାମ ନିକଟରେ ଥିବା ପୋଖରୀ କୂଳରେ ଏକ ଜାମୁ ଗଛରେ ଝିଅର ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଖବର ପାଇବା ପରେ ଆଖପାଖ ଗାଁର ବହୁ ଲୋକଙ୍କ ଭିଡ଼ ଜମିଥଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି।

ପ୍ରେମିକ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରେମିକା ଜଣକ ସାଧାରଣ ବର୍ଗର। ଏହି କାରଣରୁ ସେମାନଙ୍କର ବିବାହ ହୋଇପାରିବନି ବୋଲି ସେମାନେ ଏଭଳି ନିଷ୍ପତ୍ତି ନେଇଥିଲେ।

Comment